Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ସୁନ୍ଦରଗଡ:ରଖିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡିବସିଲା ଭିଜିଲାନ୍ସ । ଭିଜିଲାନ୍ସ ଟ୍ରାପରେ ପଡିଛନ୍ତି  ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା । ତାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଛି।

ଶ୍ରୀ ବେହେରାଙ୍କର ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ଭଦ୍ରକ ବନ୍ତରେ ଥିବା ପୈତୃକ ଘର, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର,ବନ୍ତ ଛକରେ ଥିବା ତାଙ୍କ ଘର ଓ ଭଦ୍ରକ ସିନ୍ଦୋଳରେ ଥିବା ଶ୍ବଶୁର ଘରେ ଏକକାଳୀନ ଚଢଉ କରୁଛି ଭିଜିଲାନ୍ସ।

ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢଉରେ  ସାତଟି ଟିମ୍  ସାମିଲ ରହିଥିବା ବେଳେ ୪ ଡିଏସପି, ୧୦ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ସକାଳୁ ସକାଳୁ ଚଢାଉ ଆରମ୍ଭ ହୋଇଥିବା ବେଳେ କେତେ ଆୟବହିର୍ଭୂତ ସମ୍ପତ୍ତି ଜବତ ହୋଇଛି ତାହା ଜଣା ଡ଼ିନାହିଁ । ସୂଚନାଥାଉ କି, ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା  ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ।

Leave A Reply

Your email address will not be published.