Latest Odisha News

BREAKING NEWS

ସାବଧାନ ! ଶ୍ରୀମନ୍ଦିରରେ ମାତିଛନ୍ତି ଲୁଟେରା

ପୁରୀ: ଶ୍ରୀମନ୍ଦିରରେ କୋକୁଆ ଭୟ ସୃଷ୍ଟି କରିଛନ୍ତି ଅଜ୍ଞାତ ଲୁôଟେରା । ସକ୍ରିୟ ଅଛନ୍ତି ଭଳିକିଭଳି ଚୋର । ଆଖିପିଛୁଳାକେ ଉଭାନ୍ ହେଇଯାଉଛି ମନି ପର୍ସ, ଅଳଙ୍କାର ଓ ଭ୍ୟାନିଟି ବ୍ୟାଗ୍ । ଲୁôôଟର ଶିକାର ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ନୀରିହ ଭକ୍ତ । ସୁରକ୍ଷା ଦୃଷ୍ଟିକୋଣରୁ ସିସିଟିଭି ଲାଗିଛି, ବିଭିନ୍ନ ସ୍ଥାନରେ ପୋଲିସ ବି ମୁତୟନ ଅଛନ୍ତି । ତଥାପି ଶ୍ରୀମନ୍ଦିରରେ ସାମ୍ନାକୁ ଆସୁଛି ଚୋରି ମାମଲା ।

ଚଳିତମାସ ୩ ତାରିଖରେ ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କ ଠାରୁ ଭ୍ୟାନିଟି ବ୍ୟାଗ୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା । ଅଭିଯୁକ୍ତ ଜଣକ ଭୁବନେଶ୍ୱର ସ୍ଥିତ ଭୀମଟାଙ୍ଗି କଲୋନିର ନଳିନୀ ପାଣିଗ୍ରାହୀ ବୋଲି ଜଣାପଡଥିଲା । ସିଂହଦ୍ୱାର ପୋଲିସ ତାଙ୍କଠାରୁ ନଗଦ ୪ ହଜାର ୮ଶହ ଟଙ୍କା ଓ ଏଟିଏମ୍ କାର୍ଡ ଜବତ କରି କୋର୍ଟ ଚଲାଣ କରିଥିଲା ।

ତେବେ ଏଠି ପ୍ରଶ୍ନ ଉଠୁଛି ପୋଲିସର ସୁରକ୍ଷା ବଳୟ ଭାଙ୍ଗି ଚୋରମାନେ କିପରି ନିଜ ଯୋଜନାକୁ ରୂପ ଦେବାରେ ସକ୍ଷମ ହେଉଛନ୍ତି । ଏଠି ପୋଲିସ ନିଜ ଦାୟିତ୍ୱରେ ଅବହେଳା କରୁଛି, ନା ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ହେୟଜ୍ଞାନ ପାଇଁ ମାଲାମାଲ ହେଉଛନ୍ତି ଚୋର !

Leave A Reply

Your email address will not be published.