Latest Odisha News

BREAKING NEWS

ଘୁଷୁରୀ କିଡନୀ ଲଗାଇବାର ୨ ମାସ ପରେ ରୋଗୀଙ୍କ ଘଟିଲା ମୃତ୍ୟୁ

ୱାଶିଂଟନ: ଆନୁବଂଶିକ ରୂପରେ ସଂଶୋଧିତ ଘୁଷୁରୀରେ କିଡନୀ ୨ ମାସ ତଳେ ଜଣେ ଅସୁସ୍ଥ ରୋଗୀଙ୍କ ଶରୀରରେ ଲଗା ଯାଇଥିଲା । ଅପରେଶନ ସଫଳ ହୋଇଥିଲା ଏବଂ ଚିକିତ୍ସା ଦୁନିଆରେ ଏହା ନୂତନ ଅଧ୍ୟାୟ ଯୋଡିବ ବୋଲି ଆଶା କରାଯାଇଥିଲା । ତେବେ ସବୁ କିଛି ଠିକଠାକ ଥିବା ସତ୍ୱେ ସମ୍ପୃକ୍ତ ରୋଗୀଜଣଙ୍କ ୨ ମାସ ପରେ ମୃତ୍ୟୁବରଣ କରିଛନ୍ତି । ଯାହାକୁ ନେଇ ଚିକିତ୍ସକମାନେ ଚିନ୍ତାରେ ପଡିଛନ୍ତି । ଅବଶ୍ୟ ଏହା ସ୍ପଷ୍ଟ ହୋଇନି ଯେ, ବ୍ୟକ୍ତିଜଣଙ୍କ ମୃତ୍ୟୁ ପ୍ରକୃତରେ ଏହି କିଡନୀ ଯୋଗୁ ହୋଇଛି କିମ୍ବା ନାହିଁ । ୬୨ ବର୍ଷୀୟ ରିଚାର୍ଡ ରିକ ସ୍ଲେମ୍ୟାନ ଆମେରିକାରେ ମୋସାଚୁସେଟସ ଡାକ୍ତରଖାନାରେ କିଡନୀ ଟ୍ରାନ୍ସପ୍ଲାଂଟ କରାଇଥିଲେ ।

ଘୁଷୁରୀ କିଡନୀ ମାଧ୍ୟମରେ ସେ ଅତି କମରେ ୨ ବର୍ଷ ବଂଚିବେ ବୋଲି ଚିକିତ୍ସକମାନେ ଆଶା ବ୍ୟକ୍ତ କରିଥିଲେ । ଏହା ସେମାନଙ୍କ ପରୀକ୍ଷଣରେ ବାଧା ସୃଷ୍ଟି କରିଛି । ପୂର୍ବରୁ ବ୍ରେନ ଡେଡ ବ୍ୟକ୍ତିଙ୍କ ଶରୀରରେ ଅସ୍ଥାୟୀ ଭାବେ ହାର୍ଟର ପ୍ରତ୍ୟରୋପଣ କରାଯାଇଥିଲା । ମାତ୍ର ସେମାନେ ମଧ୍ୟ କିଛି ମାସ ମଧ୍ୟରେ ମୃତ୍ୟୁବରଣ କରିଥିଲେ । ପ୍ରଥମ ଜୀବିତ ବ୍ୟକ୍ତି ଭାବେ ରିକଙ୍କ ଶରୀରରେ ଘୁଷୁରୀର କିଡନୀ ଲଗା ଯାଇଥିଲା । ପଶୁଙ୍କ କିଡନୀ ମନୁଷ୍ୟ ଶରୀର ପାଇଁ କେତେଦୂର ଉପଯୁକ୍ତ ତାହା ଉପରେ ଅଧିକ ପରୀକ୍ଷଣ ହେବାର ଆବଶ୍ୟକତା ରହିଛି ବୋଲି ଜଣେ ବୈଜ୍ଞାନିକ କହିଛନ୍ତି । ଏଥିରେ ଆମେ ସଫଳ ହେଲେ ଅନେକ ମନୁଷ୍ୟ ଜୀବନ ବଂଚା ଯାଇପାରିବ ବୋଲି ସେ କହିଛନ୍ତି ।

Comments are closed.