ରାଜସ୍ଥାନ:ରାଜସ୍ଥାନର ଚୁରୁ ଜିଲ୍ଲାର ରତନଗଡ଼ ସହର ନିକଟରେ ବୁଧବାର (୯ ଜୁଲାଇ) ଏକ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଆଜି ଭାରତୀୟ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ଏହି ଦୁର୍ଘଟଣା ରତନଗଡ଼ର ଭାନୁଦା ଗାଁରେ ଘଟିଛି। ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଗାଁ ଲୋକଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଆକାଶରେ ଏକ ଜୋରଦାର ଶବ୍ଦ ଶୁଣା ଯାଇଥିଲା କ୍ଷେତରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ମୃତଦେହ ଚିହ୍ନଟ ପ୍ରକ୍ରିୟା ସେନା ଓ ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଉଛି।
କଲେକ୍ଟର ଅଭିଷେକ ସୁରାନା ଓ ସ୍ଥାନୀୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି ।
ପ୍ରାଥମିକ ସୂଚନା ଅନୁଯାୟୀ, ବିମାନର ଭଗ୍ନାବଶେଷ ପାଇଲଟଙ୍କ ମୃତଦେହ ସହିତ ଏକ କ୍ଷେତରୁ ମିଳିଛି। ମୃତଦେହଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ମୃତ ପାଇଲଟ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ସେନା ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇ ନାହିଁ।
Comments are closed.