Latest Odisha News

BREAKING NEWS

ସୁସ୍ଥ ରହିବାକୁ ଯାଇ ଅତ୍ୟଧିକ ଗରମ ପାଣି ପିଉଛନ୍ତି କି?

ଯେଉଁମାନେ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ଗରମ ପାଣି ପିଅନ୍ତି। ଥଣ୍ଡାରେ ଗରମ ପାଣି ପିଇବା ସମସ୍ତଙ୍କର ଅଭ୍ୟାସ। ଗରମ ପାଣି ଦ୍ୱାରା ଶରୀରକୁ ଆରମ ଲାଗେ ଏବଂ ଶରୀରକୁ ଉଷୁମ ରଖେ। କିନ୍ତୁ କିଛି ଲୋକେ ମାତ୍ରାଧିକ ଗରମ ପାଣି ପିଅନ୍ତି। ଯାହାକି ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଅଧିକ ଗରମ ପାଣି ପିଇଲେ କଣ ସବୁ ଅସୁବିଧା ହୁଏ ଆସନ୍ତୁ ଜାଣିବା…

ଭଲ ନିଦ ନହେବା
ରାତିରେ ଶୋଇବା ପୂର୍ବରୁ ଭୁଲରେ ବି ଗରମ ପାଣି ପିଅନ୍ତୁ ନାହିଁ। ଗରମ ପାଣି ପିଇବା ଦ୍ୱାରା ଭଲ ନିଦ ହୁଏ ନାହିଁ। କାରଣ ଗରମ ପାଣି ଶରୀରର ରକ୍ତ ଧମନୀ ଏବଂ ଶିରାପ୍ରସିରାକୁ ସକ୍ରିୟ କରିଦିଏ। ଫଳରେ ରାତିରେ ବାରମ୍ବାର ପରିଶ୍ରା ଯିବାକୁ ପଡ଼େ।

କିଡ଼ନୀ ଉପରେ ପ୍ରଭାବ

କିଡ଼ନୀ ଆମ ଶରୀରରେ ଏକ ଫିଲ୍ଟର ପରି କାମ କରେ। ଶରୀରରୁ ଅତିରିକ୍ତ ଜଳ ଏବଂ ବିଷାକ୍ତ ପଦାର୍ଥ ବାହାର କରିବାରେ କିଡ଼ନୀ ସାହାଯ୍ୟ କରିଥାଏ। କିଡ଼ନୀରେ ଏକ ବିଶେଷ କ୍ୟାପିଲାରୀ ସିଷ୍ଟମ ଥାଏ। ଯଦି ଆପଣ ଅତ୍ୟଧିକ ଗରମ ପାଣି ପିଅନ୍ତି, ତେବେ କିଡ଼ନୀ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ।

ଆଭ୍ୟନ୍ତରୀଣ ଅଙ୍ଗର କ୍ଷତି

ଆବଶ୍ୟକତାଠାରୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ କ୍ଷତି ହେବାର ଆଶଙ୍କା ଥାଏ। ଅତ୍ୟଧିକ ଗରମ ପାଣି ସେବନ କଲେ ପେଟ ଜଳାପୋଡା ହୋଇପାରେ। ଶରୀରର ଆଭ୍ୟନ୍ତରୀଣ ଟିସୁ ଅତ୍ୟନ୍ତ ସୁକ୍ଷ୍ମ ହୋଇଥାଏ। ତେଣୁ ସବୁ ବେଳେ ଗରମ ପାଣି ପିଇଲେ ଶରୀର ଭିତର ଅଙ୍ଗ କ୍ଷତି ହୋଇପାରେ।

ଶିରା ଫୁଲିବାର ଆଶଙ୍କା

ଯଦି ଆପଣ ଦିନସାରା ଗରମ ପାଣି ପିଅନ୍ତି ତେବେ ମସ୍ତିଷ୍କର ସ୍ନାୟୁ ଫୁଲିଯିବାର ଆଶଙ୍କା ଥାଏ। ଏହା ଆପଣଙ୍କର ମୁଣ୍ଡବିନ୍ଧାର ସମସ୍ୟା ବଢାଇପାରେ। ତେଣୁ ମାତ୍ରା ହିସାବରେ ଗରମ ପାଣି ପିଇବା ଆବଶ୍ୟକ।

ରକ୍ତ ପରିମାଣ ଉପରେ ପ୍ରଭାବ

ଗରମ ପାଣି ଆପଣଙ୍କ ରକ୍ତ ପରିମାଣକୁ ମଧ୍ୟ ପ୍ରଭାବିତ କରିଥାଏ। ଏହା ରକ୍ତ ପରିମାଣକୁ ବଢାଇଥାଏ। ଯାହା ରକ୍ତ ଧମନୀ ଉପରେ ଅଧିକ ଚାପ ପକାଇଥାଏ। ଯେଉଁ କାରଣରୁ ଆପଣ ଉଚ୍ଚ ରକ୍ତଚାପର ଶିକାର ହୋଇପାରନ୍ତି।

Leave A Reply

Your email address will not be published.