ନୂଆଦିଲ୍ଲୀ: ଥିରୁବନନ୍ତପୁରମରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କନସୁଲେଟ୍ ମାଧ୍ୟମରେ ବେଆଇନ ସୁନା ଚୋରା କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ସମେତ ବାଚସ୍ପତି ଅନ୍ୟ ତିନି ଜଣ ମନ୍ତ୍ରୀ ସାମିଲ୍ ଥିବା ଶୁକ୍ରବାର ଦିନ କେରଳ ହାଇକୋର୍ଟ କହିଛନ୍ତି।
ଏହାରି ଭିତରେ ଆଉ ଏକ ଖୁଲାସା କରିଛନ୍ତି କଷ୍ଟମ ବିଭାଗର ଅଧିକାରୀ। ସେ କହିଛନ୍ତି ଏହି ସୁନା ତସ୍କରୀ ମାମଲାରେ ମଧ୍ୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ବାଚସ୍ପତି ପି ଶ୍ରୀରାମକ୍ରିଷ୍ନା ଏବଂ ତିନି ମନ୍ତ୍ରୀ ରହିଛନ୍ତି।
ବିଧାନସଭା ନିର୍ବାଚନ ବେଳେ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏଭଳି ଏକ ଅଭିଯୋଗ ମାହୋଲକୁ ଆହୁରି ଗରମ କରିବ ବୋଲି ଆଶା କରାଯାଉଛି।
Comments are closed.