Latest Odisha News

ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ଓଲିଉଡ କପୁଲ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି । ଦିଲ୍ଲୀରେ ନୁହେଁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା ଦେଇଛନ୍ତି ।

ପୂର୍ବରୁ ଉଭୟ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ ପୃଥକ ପୃଥକ ଆବେଦନ କରାଯାଇଥିଲା । ଅନୁଭବ ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟରେ ଏହି ଆବେଦନ କରିଥିଲେ। ତେବେ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା । ଥରକୁ ଥର ଶୁଣାଣି ପାଇଁ ଦିଲ୍ଲୀ ଯିବାକୁ ତାଙ୍କୁ ଅସୁବିଧା ହେବ ବୋଲି ଏହି ମାମଲା ସ୍ଥାନାନ୍ତର ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଛାଡପତ୍ର ମାମଲାକୁ ସ୍ଥାନାନ୍ତର କରିବାକୁ ବର୍ଷା ଆବେଦନ କରିଥିଲେ।

ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଆଉ କେହି ନୁହେଁ ତାଙ୍କ ଧର୍ମପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହିଁ ତାଙ୍କ ବିରୁଦ୍ଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ନିର୍ଯାତନା ଅଭିଯୋଗ ସହ ସ୍ୱାମୀ ଅନୁଭବଙ୍କ ଠାରୁ ଭରଣ ପୋଷଣ ଦାବି କରି କଟକ ଏସ୍‌ଡିଜେଏମଙ୍କ ଅଦାଲତରେ ମାମଲା ରୁଜୁ କରିଥିଲେ ବର୍ଷା । ତାଙ୍କ ପିଟିସନରେ ସ୍ୱାମୀ ଅନୁଭବଙ୍କ ବିରୁଦ୍ଧରେ ସେ ଏକାଧିକ ଅଭିଯୋଗ ଆଣିଥିଲେ । 

Leave A Reply

Your email address will not be published.