ଭୁବନେଶ୍ୱର: ପିଣ୍ଟୁଙ୍କ ନାଁରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜଣେ ମହିଳା ଦୁର୍ବବ୍ୟହାର ଅଭିଯୋଗ ଆଣିଛନ୍ତି । ଏହାପରେ ମୁହଁ ଖୋଲିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେ କହିଛନ୍ତି, ସଂପୃକ୍ତ ମହିଳା ଏହି ଅଭିଯୋଗ କାହିଁକି ଆଣିଲେ ସେ ଜାଣିନାହାନ୍ତି । ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ସେ ଝିଅକୁ ମୁଁ ଚିହ୍ନିନି କି ଜାଣିନି, ପ୍ରଥମଥର ପାଇଁ ଥାନାରେ ଦେଖିଲି ବୋଲି ପିଣ୍ଟୁ କହିଛନ୍ତି ।
ସିନେମାରେ ସ୍ତ୍ରୀଙ୍କ ଭୂମିକା କରିନପାରିବାରୁ ମହିଳାଙ୍କ ଜଣକ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ପିଂଟୁ ନନ୍ଦ କହିଛନ୍ତି । ତେବେ ସୁଟିଂ ଯେଉଁଠି ହେଉଥିଲା ସେଇଠି ସିସିଟିଭି ଲାଗିଥିଲା, ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ ଜଣାପଡିବ ବୋଲି ପିଣ୍ଟୁ ନନ୍ଦ ସଫେଇ ରଖିଛନ୍ତି । ପୁଲିସ ତାଙ୍କୁ ନୋଟିସ ଦେଇଛି ଓ ୧୫ ଦିନ ମଧ୍ୟରେ ପକ୍ଷ ରଖିବାକୁ କହିଛି ବୋଲି କହିଛନ୍ତି ପିଂଟୁ ନନ୍ଦ ।
ଓଲିଉଡର ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଫିଲ୍ମରେ ସୁଯୋଗ ଦେବାକୁ କହି ତାଙ୍କୁ ହୋଟେଲ୍ କୁ ଡାକି ତାଙ୍କ ସହ ଖରାପ ବ୍ୟବହାର କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.