Latest Odisha News

କାହିଁକି ଫରହାନଙ୍କ ପାଇଁ ବିଦା ହେଲେ ଭିକି କୌଶଲ ?

ମୁମ୍ବାଇ: ଚଳଚଂଚଳ ବଲିଉଡ । ସାମ୍ନାକୁ ଆସୁଛି ନୂଆନୂଆ ଖବର । ଅଟକିପଡିଥିବା ପ୍ରୋଜେକ୍ଟ ବି ଏବେ ଆରମ୍ଭ ହେଲାଣି । ହେଲେ ଏକ ଅପକମିଂ ପ୍ରୋଜେକ୍ଟରେ ଭିକି କୌଶଲ ବାଦ ପଡିଥିଲାବେଳେ ତାଙ୍କୁ ରିପ୍ଲେସି କରିଛନ୍ତି ଫରହାନ୍ ଅଖତର ।

ଭାରତୀୟ ବୌଜ୍ଞାନିକ ରାକେଶ ଶର୍ମାଙ୍କୁ ନେଇ ନିର୍ମିତ ହେବ ବାୟୋପିକ୍ । ଲମ୍ବା ସମୟ ଧରି ଅଟକିପଡିଥିବା ଏହି ଫିିଲ୍ମରେ ପ୍ରଥମେ ଆମିର ଖାନ, ପରେ ଶାହରୁଖ ଖାନ ଓ ଶେଷରେ ଭିକି କୌଶଲଙ୍କ ନାଁ ସାମ୍ନାକୁ ଆସିଥିଲା ।

ହେଲେ ଏବେ ଶୁଣିବାକୁ ମିଳିଛି ଏହି ଫିଲ୍ମ ପାଇଁ ଫରହାନ ଅଖତରଙ୍କୁ ଫାଇନାଲ କରାଯାଇଛି । ଫିଲ୍ମର ସ୍କ୍ରିପ୍ଟିଂ କାମ ସରିଥିଲାବେଳେ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ତାଜା ସ୍ଥିତିରେ ଫରହାନ ଓମ୍ ପ୍ରକାଶ ମେହେରାଙ୍କ ଫିଲ୍ମ ତୁଫାନ୍‌ର ପ୍ରସ୍ତୁତିରେ ଲାଗିଛନ୍ତି । ଏଥିିରେ ସେ ଜଣେ ବକ୍ସର ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.