ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ । ଭୋଟରଙକ୍ ମନ ଜିଣିବାକୁ ଆଜି ଶେଷ ଉଦ୍ୟମ କରିବେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ଘମାସାନ ପ୍ରଚାର ଆରମ୍ଭ ହୋଇଛି । ଗାଁ ଗାଁ, ଘର ଘର ବୁଲି ପ୍ରଚାର ଚଳାଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଛୋଟ ଛୋଟ ମହିଳା ସମାବେଶ କରୁଛି ଦଳ । ବିଜେଡିର ହେଭିଓ୍ୱେଟ୍ ନେତା କ୍ୟାମ୍ପେନ୍ ମୈଦାନରେ ରୁଦ୍ରଙ୍କ ପାଇଁ ସମର୍ଥନ ମାଗିଛନ୍ତି ।

ସେପଟେ ବିଜେପି ବି ପ୍ରଚାରକୁ ସରଗରମ କରିଛି । ଆଶ୍ରିତ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଭୋଟ୍ ଭିକ୍ଷା କରିଛନ୍ତି । ଆଜି ପ୍ରଚାର ସରୁଥିବାରୁ ଦମ୍ ଲଗାଇ ଦେଇଛନ୍ତି ବିଜେପି । ପୂର୍ବରୁ ଆଶ୍ରିତଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ହେଭିଓ୍ୱେଟ୍ ନେତା । ବିଜୟ ନେଇ ଆଶାବାଦୀ ଅଛନ୍ତି ଆଶ୍ରିତ ।
କଂଗ୍ରେସ ବି ପିପିଲି ଲଢ଼େଇର ଦମ୍ ଲଗେଇ ଦେଇଛି । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନିଜ ସମର୍ଥକଙ୍କ ଗହଣରେ ପ୍ରଚାର ଚଳାଇଛନ୍ତି । ଶେଷ ଦିନରେ ଡୋର୍ ଟୁ ଡୋର୍ ଓ ଗାଁ ଗାଁରେ ବୁଲି ଜନ ସମର୍ଥନ ମାଗିଛନ୍ତି । କଂଗ୍ରେସର ବହୁ ବରିଷ୍ଠ ନେତା ବି ବିଶ୍ୱକେଶନଙ୍କ ପାଇଁ ଭୋଟ୍ ମାଗିଛନ୍ତି ।
ଆସନ୍ତା ୩୦ ତାରିଖ ଦିନ ପିପିଲି ଉପନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ । ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍ । ଉପନିର୍ବାଚନ ପାଇଁ ୩୪୮ ବୁଥ୍ ବ୍ୟବସ୍ଥା କରାଯାଇଛି । ୨ଲକ୍ଷ ୨୯ହଜାର ୯୯୮ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୦ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରାଇବେ । ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ରେଜଲ୍ଟ ।
BREAKING NEWS
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
Comments are closed.