Latest Odisha News

BREAKING NEWS

ପିପିଲି ଗଣଦୁଷ୍କର୍ମ-ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ତଳକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ

କଟକ: ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ-ହତ୍ୟା ମାମଲାରେ ତଳକୋର୍ଟରେ ୨ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହେବାପରେ ଗୁରୁବାର ଦିନ ରାଜ୍ୟ କ୍ରାଇମବ୍ରାଞ୍ଚଅଦାଲତର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ।

ହାଇକୋର୍ଟରେ ଅପିଲ କରିବା ସହିତ ଦୋଷୀଙ୍କ ନିମନ୍ତେ ଉପଯୁକ୍ତ ଦଣ୍ଡବିଧାନ କରିବା ଲାଗି କ୍ରାଇମବ୍ରାଞ୍ଚ ପୀଡ଼ିତାକୁ ଉପଯୁକ୍ତ ନ୍ୟାୟ ମିଳୁ ବୋଲି ଆବେଦନ କରିଛନ୍ତି ।

ଏହି ମାମଲାରେ ଗତ ଡ଼ିସେମ୍ବର ୨୪ ତାରିଖରେ ଶୁଣାଣି କରି ଭୁବନେଶ୍ୱର ଦୌରାଜଜ୍ ଅଭିଯୁକ୍ତ ଦ୍ୱୟ ସୁକାନ୍ତ ପ୍ରଧାନ ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ସାକ୍ଷ୍ୟ ଓ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ତେବେ ଏହି ଦୁଇ ଅଭିଯୁକ୍ତଙ୍କ ନାମରେ ୨୦୧୧ ମସିହାରେ ପିପିଲିର ଜଣେ ୧୯ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.