କଟକ : କିଛି ଦିନର ନିରବତା ପରେ ପୁଣିଥରେ ବଡ ବୟାନ ଦେଇଛନ୍ତି ଯାତ୍ରାଜଗତର ଚର୍ଚ୍ଚିତ ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣିଥରେ ମଞ୍ଚକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମ ଆଗରେ ସିଂହବାହିନୀରେ କାମ କରିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି । ବର୍ଷେ ବିଶ୍ରାମ ପାଇଁ ଆଗରୁ ସେ ସ୍ପଷ୍ଟ କରିଥିଲେ । ହେଲେ ସେ ସେତେବେଳେ ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିରୁ ଓହରିଯାଇଛନ୍ତି । ବିବାଦ ତାଙ୍କ ପିଛା ଛାଡୁନଥିବାରୁ ଚଳିତବର୍ଷ ଯାତ୍ରା ମଞ୍ଚକୁ ଚଢିବି ବୋଲି ସେ କହିଛନ୍ତି । ଗତବର୍ଷ ବିବାଦରେ ରହି ଭୂଲ କରିଥିବାରୁ ବର୍ଷେ ବିଶ୍ରାମ ନେବାକୁ ଚାହିଁଥିଲେ । ଆଉ ୨୦୨୬-୨୭ରୁ ପାଞ୍ଚବର୍ଷ ପାଇଁ ସିଂହବାହିନୀ ଯିବାକୁ ଚୁକ୍ତି କରିଥିଲେ ବୋଲି କହିଥିଲେ । ହେଲେ ମାଲିକ ସଂଘ ଏହାକୁ ମଧ୍ୟ ଗ୍ରହଣ କରିନଥିଲେ ବୋଲି ପୀୟୂଷ କହିଛନ୍ତି । ଯଦି ବିବାଦ ପିଛା ଛାଡୁନି ତେବେ ବର୍ଷେ କାହିଁକି ବିଶ୍ରାମ ନେବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
କିଛିଦିନ ତଳେ ପୀୟୂଷଙ୍କ ପୁରୁଣା ମାଲିକ ଅର୍ଥାତ ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁ ତାଙ୍କୁ ନିଜ ଟିମରେ ରଖିବା ପାଇଁ ଚାହିଁଥିଲେ । ଏପରିକି ପୀୟୂଷ ମଧ୍ୟ ଟଙ୍କା ଅଗ୍ରୀମ ନେଇଥିବା କଥା କହିଥିଲେ । କେବଳ ସେତିକି ନୁହେଁ ସିଂହବାହିନୀ ମାଲିକଙ୍କଠାରୁ ମଧ୍ୟ ସେ ଟଙ୍କା ନେଇଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିବାରୁ ପୀୟୂଷ ଯାତ୍ରା କରିବେ ନାହିଁ ବୋଲି କହିଥିଲେ । ଏବେ ସେହି ବିବାଦ ଥମି ନଥିବା ବେଳେ ପୀୟୂଷ ନୂଆ କଥା କହିଛନ୍ତି । ଯେହେତୁ ସେ ସିଂହବାହିନୀ ସହ ଚୁକ୍ତି କରିଛନ୍ତି ତେଣୁ ସେହି ସିଂହବାହୀନୀରେ କାମ କରିବେ । ଆଉ ଯଦି ସେ ବିବାଦରେ ରହୁଛନ୍ତି ତେବେ ସେମିତି ବିବାଦ ଚାଲୁ ପଛେ ନିଜ କର୍ମ ଜାରି ରଖିବେ ବୋଲି କହିଛନ୍ତି । ପୀୟୂଷଙ୍କ ଏଭଳି ମନ୍ତବ୍ୟ ପରେ ଯାତ୍ରା ଜଗତରେ ପୁଣି ହଇଚଇ ସୃଷ୍ଟି ହୋଇଛି । ପୀୟୂଷଙ୍କ ଏଭଳି ବୟାନ ପରେ ସୂର୍ଯ୍ୟ ମନ୍ଦିର ମାଲିକ କି ପ୍ରକାର ନିଷ୍ପତି ନେଉଛନ୍ତି ତାକୁ ହିଁ ସମସ୍ତେ ଚାହିଁଛନ୍ତି । ସେ ତାଙ୍କ ଟଙ୍କା ପାଇବା ପାଇଁ ଚାହିଁବେ ନାଁ ବିକଳ୍ପ କଥା କିଛି ଚିନ୍ତା କରିବେ ତାହା ସମୟ ହିଁ କହିବ ।
BREAKING NEWS
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ

Comments are closed.