Latest Odisha News

BREAKING NEWS

ଶୁଦ୍ଧିକ୍ରିୟା ଭୋଜି ଖାଇବାକୁ ଯାଇଥିଲେ, ଘରୁ ୧୫ ଲକ୍ଷର ଅଳଙ୍କାର ନେଇଗଲେ ଚୋର…

ବାଲେଶ୍ୱର: ଶୁଦ୍ଧିକ୍ରିୟା ଭୋଜି ଖାଇବାକୁ ଯାଇଥିଲା ବେଳେ ଘରେ କଳାକନା ବୁଲାଇଲେ ଚୋର। ଶୁକ୍ରବାର ରାତିରେ ବାଲେଶ୍ୱରରେ କିଛି ଚୋର ବିମଳା ବେହେରା ନାମ୍ନୀ ଜଣେ ମହିଳାଙ୍କ ଘରେ ପଶି ସୁନା ଓ ରୂପା ଅଳଙ୍କାର ସହ ୨ ଲକ୍ଷ ଟଙ୍କା ନଗଦ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଞ୍ଚଳର ତୁଣ୍ଡରା ପଞ୍ଚାୟତ ଅଧୀନ କନକଟା ଛକ ନିକଟରେ ଘଟିଛି।

ସୂଚନା ଅନୁଯାୟୀ, ବିମଳା ଓ ତାଙ୍କ ପରିବାର ସଦସ୍ୟମାନେ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରକୁ ଯାଇଥିବା ବେଳେ ଚୋରମାନେ ଗ୍ରୀଲ୍‌ର ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ। ଏହାପରେ ସେମାନେ ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଏବଂ ୨ ଲକ୍ଷ ଟଙ୍କା ନଗଦ ଟଙ୍କା ଚୋରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପରିବାର ଲୋକେ ଘରକୁ ଫେରିବା ପରେ ଚୋରି ହୋଇଥିବା ବିଷୟ ଜାଣିବାକୁ ପାଇଥିଲେ। ଯାହାପରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଖନ୍ତପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.