Latest Odisha News

ସାହିତ୍ୟରେ କବିତାର ସ୍ଥାନ ସବୁବେଳେ ଶୀର୍ଷରେ : ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ମିତ ସ୍ମୃତି କମିଟି ପକ୍ଷରୁ କବୀ ଆଦ୍ୟଶା ପ୍ରିୟଦର୍ଶିନୀ ଦାସଙ୍କ ପ୍ରଥମ କବିତା ସଙ୍କଳନ ‘ଝର୍କା ସେପାଖ’ ଉନ୍ମୋଚିତ ହୋଇ ଯାଇଛି। ୱେବିନାର ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ସାହିତ୍ୟର ସବୁ ବିଭାଗ ମଧ୍ୟରେ କବିତାର ସ୍ଥାନ ସବୁବେଳେ ଶୀର୍ଷରେ । ବର୍ତ୍ତମାନ ସମୟରେ ପୁସ୍ତକ , ପତ୍ର ପତ୍ରିକା , ଏପରିକି ଖବରକାଗଜ ଭଳି ମୁଦ୍ରଣ ଜଗତ ବହୁଳ ଭାବରେ ପ୍ରଭାବିତ ହେଉଛନ୍ତି ; କିନ୍ତୁ ସୋସିଆଲ ମିଡିଆର ସହାୟତାରେ ସାହିତ୍ୟ ସମସ୍ତଙ୍କ ପାଖରେ ପହଁଞ୍ଚା ଯାଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ।

ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଓ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ସଙ୍କଳନରେ ଥିବା କବିତା ଗୁଡିକର ପ୍ରଶଂସା କରିଥିଲେ। ଏହାସହ ପ୍ରୀତିଶ ବଶାଙ୍କ ପୁଅ ମିତ ବଶାଙ୍କ ସ୍ମୃତିଚାରଣ କରି , ମିତ ଜଣେ ଦୀପ୍ତିମନ୍ତ ବ୍ୟକ୍ତିତ୍ୱ ଥିଲେ ଏବଂ ସେ ନୀରବତାର ଭାଷା ଠିକରେ ପ୍ରକାଶ କରୁଥିଲେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମର ଆରମ୍ଭରେ ଡ. ପ୍ରାଣନାନନ୍ଦ ବେଦପାଠ କରିଥିବା ବେଳେ ପ୍ରୀତିଶ ବଶା ସ୍ୱାଗତ ଭାଷଣ ଦେଇଥିଲେ ଓ ପରିଚାଳନା କରିଥିଲେ।

ଏହି ଅବସରରେ କବୀ ଶ୍ରୀମତୀ ଦାସ ନିଜ କବିତା ସଙ୍କଳନ ଉପରେ ବକ୍ତବ୍ୟ ରଖି ପ୍ରକାଶନ ସଂସ୍ଥା ତୀରତରଙ୍ଗ ଓ ପ୍ରୀତିଶ ବଶାଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.