Latest Odisha News

ରକ୍ତ ସଂପର୍କକୁ ଫିକା କରିଦେଉଛି କରୋନା ମହାମାରୀ

ସଇଁନ୍ତଳା: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀର ଭୟାବହତା । ଅକାଳରେ ଚାଲିଯାଉଛି ଜୀବନ, ସଂକ୍ରମଣ ଭୟରେ ସଂପର୍କ ଭୁଲିଯାଉଛି ମଣିଷ । ରକ୍ତ ସଂପର୍କ ହେଉ କି ବନ୍ଧୁବାନ୍ଧବ ଅବା ପଡୋଶୀ । କରୋନା ସଂକ୍ରମିତଙ୍କ ମୃତ ଶରୀରକୁ ହାତ ମାରିବାକୁ ସମସ୍ତେ ପଛଘୁଂଚା ଦେଉଛନ୍ତି ।

BjdElectrycity

ବଲାଙ୍ଗୀର ସଇଁନ୍ତଳା ବ୍ଲକ ଘୁନସର ପଂଚାୟତ ଅଧିନସ୍ଥ ଦେଉଳି ଗାଁର ୪୫ ବର୍ଷୀୟ ଆମୁସ ମହାନନ୍ଦ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ କଥା ଛାଡନ୍ତ ପଡୋଶୀ କିମ୍ବା ବନ୍ଧୁବାନ୍ଧବ ବି ଆମୁସଙ୍କ ମୃତଦେହର ପାଖ ମାଡିନଥିଲେ । ଶେଷରେ ଘୁନସର ସରପଂଚ ଦ୍ରୌପଦୀ ବେହେରା ଆଗେଇ ଆସିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ ସୌଦାମିନୀ ସେଠୀ, ନାଏବ ସରପଂଚ ଚମ୍ପୁ ସେଠ ଓ ସାମ୍ବାଦିକ ଅଜିତ କୁମାର ସାହୁଙ୍କ ଉପସ୍ଥିତିରେ ସରପଂଚ ଦ୍ରୌପଦୀ ଆମୁସଙ୍କ ଶବଦାହ କରାଇଥିଲେ ।

ଅନ୍ୟପଟେ ଦେଢେଲ ଗ୍ରାମର ୫୫ ବର୍ଷୀୟା ଫୁଲତୋଳା ନାଗ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ହେଲେ କରୋନା ସଂକ୍ରମଣ ଭୟରେ କେହି ପାଖ ନମାଡିବାରୁ କିଛି ସରକାରୀ ଅଧିକାରୀ ଓ ସମାଜସେବୀ ଫୁଲତୋଳାଙ୍କର ଶବସତ୍କାର କରିଥିଲେ । ଏହି ମହାନ କାମକୁ କରି ସଇଁନ୍ତଳା ବିଡିଓ ଦେବାଶିଷ ସାମଲ, ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ସମାଜସେବୀ ସନ୍ତୋଷ ବେହେରା ଓ ପୋଲିସ କର୍ମଚାରୀ ମନୋଜ ନାଏକ ସାଧାରଣରେ ପ୍ରଶଂସା ସାଉଣ୍ଟିଛନ୍ତି ।

Leave A Reply

Your email address will not be published.