Latest Odisha News

BREAKING NEWS

ବେଡ଼ରୁମର ଏହି ଦିଗରେ ଲଗାନ୍ତୁ ଘଣ୍ଟା; ସୁଦୃଢ ହେବ ପାରିବାରିକ ସମ୍ପର୍କ

ଭୁବନେଶ୍ୱର: ବାସ୍ତୁର ମହତ୍ତ୍ୱ ଜୀବନରେ ବହୁତ ରହିଛି । ଘର ହେଉ ବା ଅଫିସ ବାସ୍ତୁ ଅନୁସାରେ ସବୁ ଠିକ ଥିଲେ ଜୀବନରେ ସଫଳତା ଆସିବାକୁ ସମୟ ଲାଗେ ନାହିଁ। ପାରିବାରିକ ସହ ବ୍ୟବସାୟିକ ଜୀବନରେ ମଧ୍ୟ ସମୃଦ୍ଧି ଭରି ଯାଏ।

ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ସବୁ କାମ ବାସ୍ତୁ ହିସାବରେ କରିଥାନ୍ତି । କିଛି ଲୋକ ଘରର କାନ୍ଥରେ ଘଣ୍ଟା ଟାଙ୍ଗି ଦେଇଥାନ୍ତି । କିନ୍ତୁ ବାସ୍ତୁ ହିସାବରେ ଏହା କରିବା ଭୁଲ ଅଟେ । ଘରର କୌଣସି କୋଣ ବା କାନ୍ଥରେ ଘଣ୍ଟା ଲଗାଇବା ପୂର୍ବରୁ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ ଜୀବନରେ ଦୁଃଖର ବାଦଲ ଘେରି ଆସେ।

ଦକ୍ଷିଣ ଦିଗରେ ହୋଇଥିବା ଘରର କୌଣସି ବି କାନ୍ଥରେ ଘଣ୍ଟା ଟାଙ୍ଗିବା ଅଶୁଭ ହୋଇଥାଏ ।

ବାସ୍ତୁ ଅନୁସାରେ, ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଥିବା କାନ୍ଥରେ ଘଣ୍ଟା ଲଗାଇବା ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ ।

ତେବେ ଭୁଲରେ ମଧ୍ୟ ନିଜ ବେଡ଼ରୁମ ର ଶଯ୍ୟା ନିକଟସ୍ଥ କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ । ଏହା ବୈବାହିକ ଜୀବନରେ ତିକ୍ତତା ଆସିଥାଏ।

ଯଦି ଆପଣ ବେଡ୍ ରୁମ୍ ପାଇଁ ଘଣ୍ଟା କିଣିଛନ୍ତି, ତେବେ ତାହାକୁ ପୂର୍ବ ଦିଗରେ ରଖନ୍ତୁ । ଏପରି କରିବା ଦ୍ୱାରା ଶୁଭଫଳ ଲାଭ ହେବ ।

ରୁମରେ ଥିବା ଖରାପ ଘଣ୍ଟା ବା ଅସଜଡା ଘଣ୍ଟା ମଧ୍ୟ ଅଶୁଭ ହୋଇଥାଏ । ଖରାପ ଘଣ୍ଟାକୁ ତୁରନ୍ତ ଠିକ୍ କରି କାନ୍ଥରେ ଲଗାନ୍ତୁ ।

Comments are closed.