Latest Odisha News

BREAKING NEWS

ଅକ୍ଟୋବର ୧୨କୁ ଘୁଞ୍ଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନ ଶୁଣାଣି

କଟକ: ଅଭିନେତା ତଥା ସାଂସଦ ଅନୁଭବ ମାହାନ୍ତିଙ୍କ ନାଁରେ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଘରୋଇ ହିଂସା ମାମଲାର ଶୁଣାଣି ଘୁଞ୍ଚିଛି । ଅକ୍ଟୋବର ୧୨ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କଟକ ଏସଡିଜେଏମ୍ କୋର୍ଟ । ଏନେଇ ସୂଚନା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ରାମକୃଷ୍ଣ ରଥ ।

ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ଡିଆରଆଇ ରିପୋର୍ଟ ଦାଖଲ ହୋଇ ନଥିବାରୁ ମାମଲାର ଶୁଣାଣି ଘୁଞ୍ଚିଛି । ସ୍ୱାମୀ ଅନୁଭବଙ୍କ ନାଁରେ ଘରୋଇ ହିଂସା ଓ ମାନସିକ ନିର୍ୟାତନା ଦେଉଥିବା ନେଇ ଅଭିଯୋଗ କରି କଟକ ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ବର୍ଷା ନିଜ ପିଟିସନରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ଅନୁଭବ ଜଣେ ମଦ୍ୟପ ଏବଂ ସେ ଶାରିରୀକ ଓ ମାନସିତ ନିର୍ୟାତନା ଦେଉଥିବା ପିଟିସନରେ ଉଲ୍ଲେଖ କରିଥିଲେ ବର୍ଷା ।

ସେହିପରି ବର୍ଷା ପିଟିସନ ଦାଖଲ କରିବାର ମାଲେ ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଡିଭୋର୍ସ କେସ୍ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ନିଜ ପତ୍ନୀଙ୍କ ନାଁରେ ୪୭ ପୃଷ୍ଠାର ପିଟିସନରେ ସାଂଘାତିକ ଅଭିଯୋଗ ସବୁ ଦର୍ଶାଇଛନ୍ତି ।

Leave A Reply

Your email address will not be published.