Latest Odisha News

BREAKING NEWS

୩୦୦ରୁ ଅଧିକ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ

ନୂଆଦିଲ୍ଲୀ:  ୩୦୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ବିମାନ ଫ୍ରାନ୍ସରେ ଅଟକ ରହିଛି । ଏହି ବିମାନ ସଂଯୁକ୍ତ ଆରବ ଏମିରେଟରୁ ଉଡାଣ ଭରି ନିକାରଗୁଆ ଅଭିମୁଖେ ଯାଉଥିଲ । କାହିଁକି ଏହି ବିମାନକୁ ଅଟକ ରଖାଯାଇଛି ତାହାର କାରଣ ସ୍ପଷ୍ଟ ଜଣା ପଡି ନାହିଁ । ତେବେ ମାନବ ଚାଲାଣ କରାଯାଉଥିବା ସନ୍ଦେହରେ ଏପରି କରାଯାଇଥିବା ଅନୁମାନ କରାଯାଉଛି ।

ପ୍ୟାରିସ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିମାରେ ମାନବ ଚାଲାଣ ହେଉଥିବା ନେଇ ଏକ ଗୁପ୍ତ ସୂଚନା ମିଳିଥିଲା । ସେଥିପାଇଁ ଗୁରୁବାର ଅର୍ଥାତ ଡିସେମ୍ବର ୨୧ ତାରିଖରେ ଏହାକୁ ଅଟକ ରଖାଯାଇଥିଲା । ରାଷ୍ଟ୍ରୀୟ ସଂଗଠିତ ଅପରାଧ ବିରୋଧୀ ସଂସ୍ଥା JUNALCO ଏହାର ତଦନ୍ତ ଦାୟିତ୍ୱ ନେଇଛି ।

ରୋମାନିଆ କମ୍ପାନୀ ଲିଜେଣ୍ଡ ଏୟାରଲାଇନ୍ସର A340  ବିମାନ ଲାଣ୍ଡିଂ କରିବା ପରେ ବେଟ୍ରି ବିମାନ ବନ୍ଦରରେ ଅଟକି ରହିଥିଲା । ବିମାନରେ ଇନ୍ଧନ ଭରିବା କାମ ଚାଲିଥିଲା । ଏହି ବିମାନରେ ୩୦୦ ଭାରତୀୟ ନାଗରିକ ଥିଲେ ।

ଏହି ମାମଲାରେ ଭାରତୀୟ ଦୂତାବାସ ପକ୍ଷରୁ ପ୍ରତିକ୍ରିୟା ଆସିଛି । ଭାରତୀୟ ଦୂତାବାସ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରି କୁହାଯାଇଛି, ଫ୍ରାନ୍ସ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଦୁବାଇରୁ ନିକାରଗୁଆ  ଯାଉଥିବା ଏକ ବିମାନ ଏଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ରହିଛି । ଭାରତୀୟ ଦୂତାବାସ ପକ୍ଷରୁ ଘଟଣା ଉପରେ ନଜର ରଖାଯାଇଛି । ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି ।

ତେବେ ରଏଟର୍ସ ସୂଚନା ଅନୁସାରେ ମାବନ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଘଟଣାର ନ୍ୟାୟିକ ଯାଞ୍ଚ ଆରମ୍ଭ ହୋଇ ଯାଇଛି ।

Comments are closed.