Latest Odisha News

BREAKING NEWS

ମହାକାଶରେ ଶୁକ୍ର ଓ ଶନି ଗ୍ରହର ମହାମିଳନ: ୧୮ରେ ଖାଲି ଆଖିରେ ହେବେ ଦୃଶ୍ୟମାନ

ନୂଆଦିଲ୍ଲୀ: ମହାକାଶରେ ଏକାଠି ହେବେ ଶୁକ୍ର ଏବଂ ଶନି । ପରସ୍ପର ମଧ୍ୟରେ ପ୍ରତିଯୋଗିତା ପରେ ଶୁକ୍ରକୁ ଟପି ଆଗକୁ ବଢିବ ଶନି ଗ୍ରହ । ପ୍ରଥମେ ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ଲାଗିବ । ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ । ଏହାପରେ ଆସନ୍ତା ୧୮ରେ ଉଭୟ ଗ୍ରହଙ୍କ ମଧ୍ୟରେ ହେବ ମହାମିଳନ । ଚଳିତ ମାସରେ ଏଭଳି ଅଦ୍ଭୁତ ଦୃଶ୍ୟ ମହାକାଶରେ ଘଟିବାକୁ ଯାଉଥିବା ବେଳେ ସବୁଠୁ ବଡ କଥା ହେଉଛି ଖାଲି ଆଖିରେ ଗ୍ରହମାନଙ୍କୁ ଦେଖିହେବ ।

ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରେ ଖାଲି ଆଖିରେ ଏହାକୁ ଦେଖିହେବ । ଆଉ ଏହାର କୌଣସି ପ୍ରଭାବ କାହା ଉପରେ ପଡିବ ନାହିଁ । ଚଳିତ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହଙ୍କୁ ଖାଲି ଆଖିରେ ଦେଖିହେବ । ପୂର୍ବ ଦିଗବଳୟରେ ମଙ୍ଗଳ  ଓ କିଛି ଉପରେ ଉଜ୍ୱଳ ବୃହଷ୍ପତି ଗ୍ରହ ରହିଥିବା ବେଳେ ଆଗପଛ ହୋଇ ରହିଥିବା ଶନି ଏବଂ ଶୁକ୍ର ।  ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ ।

ରାତି ୮ଟା ୩୦ ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହ ଅସ୍ତ ହେବେ । ଆଉ ୧୮ ତାରିଖରେ ଉଭୟ ଶୁକ୍ର ଏବଂ ଶନି ଗ୍ରହର ମିଳନ ହେବ । ପ୍ରାୟ ୨ ଗଣ୍ଟା ସମୟ ଧରି ଶୁକ୍ର ଶନି ଗ୍ରହର ଖୁବ୍ ନିକଟରେ ଦେଖାଯିବ । ଆଉ ପରେ ଶନି ତଳକୁ ତଳକୁ ଯାଇ ଶୁକ୍ର ଗ୍ରହଠାରୁ ଦୂରେଇ ଯିବ  । ତେବେ କହିରଖୁଛୁ, କିଛି ଗ୍ରହ ଆକାଶରେ ଗୋଟିଏ ସମୟରେ ଦେଖାଯାଆନ୍ତି । ଏହାକୁ ଗ୍ରହ ସମାବେଶ ବା ପ୍ଲାନେଟ୍ ପରେଡ୍ ବୋଲି କୁହାଯାଏ । ଚାରୋଟି ଗ୍ରହ ବର୍ଷକୁ ଥରେ ବହୁତ୍ କମ୍ ଦିନ ପାଇଁ ଏକା ସମୟରେ ଦେଖାଯାଆନ୍ତି । ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ ପ୍ରାୟ ୧୭୦ ବର୍ଷରେ ଏକା ସମୟରେ ଦୃଶ୍ୟମାନ ହୁଅନ୍ତି ।

Leave A Reply

Your email address will not be published.