Latest Odisha News

BREAKING NEWS

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର

ଭୁବନେଶ୍ବର : ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ସବୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଶ୍ରଦ୍ଧାଳୁମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମନ୍ଦିର ପ୍ରବେଶ ସମୟରେ ଦୁଇ ଡୋଜ କୋଭିଡ ଟିକାକରଣର ସାର୍ଟିଫିକେଟ୍ କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ।

କରୋନା ମହାମାରୀ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିର । କିନ୍ତୁ ରାଜ୍ୟରେ ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ମନ୍ଦିର ଖୋଲିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମେ ପୁରୀ ବାସିନ୍ଦା ଦର୍ଶନ କରିବାର ସୌଭାଗ୍ୟ ପାଇବେ । ସେହିପରି ୨୩ ତାରିଖରୁ ସମସ୍ତେ ମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁଙ୍କ ପାଇଁ ଦୁଇ ଡୋଜ କୋଭିଡ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଜରୁରୀ । ସେହିପରି ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତ ଓ କର୍ମଚାରୀଙ୍କର ହେବ କୋଭିଡ ଟେଷ୍ଟ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ବିଶାଲ ସିଂ, ସିଡିଏମଓ ସୁଜାତା ମିଶ୍ର, ଛତିଶା ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.