Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପୀ

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର ସମ୍ ହସ୍ପିଟାଲ, କିମ୍‌ସ ଓ କଟକର ଅଶ୍ୱିନୀ ହସ୍‌ପିଟାଲରେ ଶୁଭାରମ୍ଭ ହେବ । ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ କଟକ ବଡ଼ ମେଡିକାଲ ।

ଅପରାହଣ ୫ଟା ୧୫ ମିନିଟରେ ଭିଡିଓ କନଫରେନ୍ସିଂରେ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା ପରେ ଆଜିଠୁ ପ୍ଲାଜମା ଥେରାପୀର ଶୁଭାରମ୍ଭ ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରତିଦିନ ୭୦୦୦ କୋଭିଡ୍ ଟେଷ୍ଟ କରାଯାଉଛି । ଏହି ସଂଖ୍ୟାକୁ 9 ହଜାରକୁ ବୃଦ୍ଧି କରାଯିବ । ଲୋକମାନେ ଯେଭଳି ସୁବିଧାରେ ଟେଷ୍ଟ କରିପାରିବେ ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ଅନୁମତି ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭଗା କହିଛି ।

Comments are closed.