Latest Odisha News

BREAKING NEWS

ଭଦ୍ରକରେ ୭ଟି ଗୋରୁ ବୋଝେଇ ଟ୍ରକ ଜବତ, ୪ଟି ଗୋରୁ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧୁଷୁରୀ ଥାନାର ଅସୁରାଳି ବଜାରରେ ରବିବାର ସକାଳେ ୭ଟି ବେଆଇନ ଗୋରୁ ବୋଝେଇ ଟ୍ରକ ଜବତ ହେବା ସହିତ ୧୨୦ଟି ଗୁରୁତର ଅବସ୍ଥାରେ ଥିବା ଗୋରୁ ଉଦ୍ଧାର ହୋଇଛି । ଦୟନୀୟ ଅବସ୍ଥାରେ ଥିବା ଗୋରୁ ଗୁଡ଼ିକ ସହିତ ୪ଟି ମୃତ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ ।

ଏହି ଘଟଣା ସମ୍ପର୍କରେ ପ୍ରଚାରିତ ହେବାପରେ ଅସୁରାଳି ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଉତ୍ୟକ୍ତ ଲୋକେ ଗୋଟିଏ ଟ୍ରକକୁ ଜାଳିଦେବା ସହିତ ସମସ୍ତ ଟ୍ରକରୁ ଗୋରୁ ଗୁଡ଼ିକୁ ଉଦ୍ଧାର କରିଛନ୍ତି ।

ମିଳିଥିବା ସୂତ୍ରରୁ ପ୍ରକାଶ, ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଏହି ଗୋରୁ ବୋଝେଇ ଟ୍ରକ ସମ୍ପର୍କରେ ଜାଣି ପ୍ରଥମେ ପୋଲିସକୁ ସୂଚନା ଦେଇଥିଲେ । ୭ଟି ଟ୍ରକରେ ଗୋରୁ ଗୁଡ଼ିକୁ ଦୟନୀୟ ଅବସ୍ଥାରେ ବେଆଇନଭାବେ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା ।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

“ଭଦ୍ରକର ପନ୍ଦରବାଟିଆରୁ ଏହି ଗୋରୁ ବୋଝେଇ ଟ୍ରକଗୁଡ଼ିକ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା । ଉଦ୍ଧାର ହୋଇଥିବା ଗୋରୁଗୁଡ଼ିଙ୍କୁ ନିକଟସ୍ଥ ପଶୁଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି,”ବୋଲି କହିଛନ୍ତି ଧାମନଗର ବ୍ଲକ ଏସଡ଼ିପିଓ ମନୋରଞ୍ଜନ ସାମଲ ।

Leave A Reply

Your email address will not be published.