Latest Odisha News

BREAKING NEWS

ଏମିତି ବି ହୋଇଥିଲା : ମାଧୁରୀଙ୍କ ବିବାହ ପ୍ରସ୍ତାବକୁ ମନା କରିଥିଲେ ପ୍ଲେବ୍ୟାକ ସିଙ୍ଗର ସୁରେଶ ୱାଡ଼େକର

ମୁମ୍ବାଇ: ବଲିଉଡ଼ର ଧକ୍‌ଧକ୍ ଗାର୍ଲ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ପ୍ରତ୍ୟେକ ସିନେପ୍ରେମୀଙ୍କ ପାଖରେ ଖୁବ୍ ପ୍ରିୟ । ହିନ୍ଦି ସିନେମା ଇଣ୍ଡଷ୍ଟ୍ରିଜକୁ ମାଧୁରୀ ଅନେକ ସୁପରହିଟ୍ ଫିଲ୍ମ ଦେଇ ନିଜର ପ୍ରଶସଂକଙ୍କ ନିକଟରେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି । ୫୫ ବର୍ଷ ବୟସରେ ମଧ୍ୟ ମାଧୁରୀଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ପ୍ଲେବ୍ୟାକ ସିଙ୍ଗର ସୁରେଶ ୱାଡେକର ବିବାହ କରିବାକୁ ରୋକଠୋକ୍ ମନା କରିଦେଇଥିଲେ । କାରଣ ଥିଲା ସେ ସମୟରେ ମାଧୁରୀ ବହୁତ ପତଳା ଥିଲେ । ଜାଣନ୍ତୁ ପୁରା ଘଟଣା ।

ମାଧୁରୀ ମାତ୍ର ୧୭ ବର୍ଷ ବୟସରେ ବଲିଉଡରେ ପାଦ ରଖିଥିଲେ । ୧୯୮୪ ମସିହାରେ ଫିଲ୍ମ ‘ଅବୋଧ’ ଥିଲା ତାଙ୍କର ଡ଼େବ୍ୟୁ ଫିଲ୍ମ । ମାଧୁରୀ ଅଭିନୟ ଦୁନିଆକୁ ଯାଆନ୍ତୁ ବୋଲି ତାଙ୍କ ପରିବାର ଲୋକେ ଚାହୁଁ ନ ଥିଲେ । ସେଥିଲାଗି ଫିଲ୍ମ କରିବାକୁ ବାରମ୍ବାର ବାରଣ କରିବା ସହ ଅଳ୍ପ ବୟସରେ ବିବାହ କରାଇବାକୁ ଘରଲୋକେ ଚାହୁଁଥିଲେ । ସେତେବେଳେ ମାଧୁରୀଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ତାଙ୍କୁ ବିବାହ ଦେବା ପାଇଁ ବଲିଉଡର ପ୍ରସିଦ୍ଧ ଗାୟକ ସୁରେଶ ୱାଡକରଙ୍କୁ ପସନ୍ଦ କରିଥିଲେ । ତାଙ୍କଠାରୁ ୧୨ ବର୍ଷ ବଡ ଥିବା ୱାଡେକରଙ୍କୁ ମଧ୍ୟ ମାଧୁରୀଙ୍କ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେତେବେଳେ ୱାଡେକର ମଧ୍ୟ ନୂଆ ନୂଆ ବଲିଉଡରେ ପାଦ ରଖିଥିଲେ । ହେଲେ ମାଧୁରୀଙ୍କୁ ବିବାହ କରିବାକୁ ରାଜି ହୋଇ ନଥିଲେ । କାରଣ ଥିଲା ମାଧୁରୀ ଥିଲେ ବହୁତ ପତଳା ।

ୱାଡ଼େକର ନିଜେ ଏହି କଥା ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି ଯେ , ମାଧୁରୀ ପରି ଏତେ ସୁନ୍ଦର ଓ ଶିକ୍ଷିତ ଝିଅକୁ ମନା କରିବା ତାଙ୍କ ପାଇଁ ଭୁଲ ଥିଲା । ସବୁଠୁ ଖୁସିର କଥା ତାଙ୍କୁ ପସନ୍ଦ କରୁନାହିଁ ବୋଲି ଜାଣିବା ପରେ ମଧ୍ୟ ମାଧୁରୀ କିଛି ପ୍ରତିବାଦ କରି ନ ଥିଲେ । ଏପରି ଝିଅକୁ ଜୀବନସାଥୀ ଭାବେ ପ୍ରତ୍ୟାଖାନ କରିବା ମୋ ପାଇଁ ବଡ଼ ଭୁଲ ଥିଲା । ଏବେ ମାଧୁରୀ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

 

Leave A Reply

Your email address will not be published.