Latest Odisha News

BREAKING NEWS

ଗାଙ୍ଗୁଲିଙ୍କ ସୂଚନା: ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତର ସମ୍ଭାବ୍ୟ ବିଶ୍ୱକପ ଟିମ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏ ନେଇ ଶନିବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତର ସମ୍ଭାବ୍ୟ ବିଶ୍ୱକପ ଟିମ ଖେଳିବ । ସେ ଅବଶ୍ୟ ଏ ନେଇ ସିଧାସଳଖ କହି ନ ଥିଲେ । ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖାଯାଇ ଇଂଲଣ୍ଡ ବିପକ୍ଷରେ ଦଳ ଚୟନ କରାଯିବ । ରିପୋର୍ଟ ମୁତାବକ କୋଚ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଏହି ମେଗା ଇଭେଂଟ ପାଇଁ ପ୍ରାୟତଃ ଦଳ ଚୟନ କରି ସାରିଛନ୍ତି । ଯଦି ଆବଶ୍ୟକ ପଡେ ତାହାହେଲେ ଗୋଟିଏ କିମ୍ବା ୨ଟି ପରିବର୍ତନ ହୋଇପାରେ । କେଏଲ ରାହୁଲ, ବିରାଟ କୋହଲି, ଯଶପ୍ରୀତ ବୁମରାହ, ୟୁଜଭେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାରଙ୍କ ପରି ଖେଳାଳିଙ୍କ ଖେଳିବା ଏକପ୍ରକାର ନିଶ୍ଚିତ । ବାକି ସ୍ଥାନଗୁଡିକ ପାଇଁ ଖେଳାଳିଙ୍କ ଫର୍ମ ଏବଂ ଫିଟନେଶ ବିଚାରକୁ ନିଆଯିବ । ଦକ୍ଷିଣ ଆଫ୍ରିକା ଏବଂ ଆୟର୍ଲାଣ୍ଡ ବିପକ୍ଷ ସିରିଜ ଅପେକ୍ଷା ବିଶ୍ୱକପରେ ଖେଳିବା ପାଇଁ ଇଂଲଣ୍ଡ ସିରିଜ ଖେଳାଳିମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ।

ସମ୍ଭାବ୍ୟ ଟି୨୦ ବିଶ୍ୱକପ ଟିମ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ସୂର୍ଯ୍ୟକୁମାର ଯାଦବ,ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତିକ, ଭେଙ୍କେଟେଶ ଆୟାର, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସାମି, ଯଶପ୍ରୀତ ବୁମରାହ, ଆଭେଶ ଖାଁ ଓ ୟୁଜଭେନ୍ଦ ଚହଲ ।

Leave A Reply

Your email address will not be published.