Latest Odisha News

BREAKING NEWS

ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନର କାର୍ଯ୍ୟକର୍ତ୍ତା

ମୟୁରଭଞ୍ଜ: ସାମାଜିକ ବାସନ୍ଦ କରାଯାଇଥିବା ପରିବାରକୁ ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ। ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲାର ରୁଗୁଡ଼ିଡିହି ଗ୍ରାମର ଗ୍ରାମବାସୀ ସେହି ଗ୍ରାମର ମୁଚିରାମ ଟୁଡ଼ୁଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ମୁଚିରାମଙ୍କ ପରିବାର ଲୋକେ ପିଇବା ପାଣି ବନ୍ଦ କରିବା, ଗାଁ ଦାଣ୍ଡରେ ଯାତାୟାତରୁ ବାରଣ କରିବା, ଅଶ୍ଲୀଳ ଭାଷା ପ୍ରୟୋଗ କରିବା, ଗୋଇଠା ମାରିବା ଇତ୍ୟାଦି ଘଟଣାକୁ ନେଇ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ। ମାତ୍ର ଏବେ ସୁଦ୍ଧା କୌଣସି ପଦକ୍ଷେପ ନେଇନାହାନ୍ତି ଥାନା ଅଧିକାରୀ।

ଯାହାକୁ ନେଇ ଆଜି ଆଦିବାସୀ ସେଙ୍ଗଲ ଅଭିଯାନ ବାରିପଦା ଜୋନାଲ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ସେଙ୍ଗେଲ ସଙ୍ଗଠନର କାର୍ଯ୍ୟକର୍ତ୍ତା ଓ ନେତାମାନଙ୍କ ସହିତ ଏକଜୁଟ୍ ହୋଇ ମୁଚିରାମ ଟୁଡ଼ୁଙ୍କ ପରିବାରକୁ ନ୍ୟାୟ ଦାବିରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.