Latest Odisha News

BREAKING NEWS

ଉତ୍ତରପ୍ରଦେଶକୁ ମୋଦୀଙ୍କ ବଡ଼ ଭେଟି : ୭୫ ହଜାର ଲୋକଙ୍କୁ ବାଣ୍ଟିଲେ ଘର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭେଟି । ଲକ୍ଷ୍ନୌରେ ନ୍ୟୁ ଅର୍ବାନ ଇଣ୍ଡିଆନ୍ ଥିମ ଉପରେ ଆୟୋଜିତ  ତିନିଦିନିଆ କନକ୍ଲେଭରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ହରିଦୀପ ସିଂହ ପୁରୀ ମଧ୍ୟ ସାମିଲ ଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ସ୍ମାର୍ଟ ସିଟି ମିଶନରେ ଅଲିଗଡ, ଝାନ୍ସୀ, ବରେଲି,କାନପୁର,ଆଗ୍ରା, ଲକ୍ଷ୍ନୌ, ପ୍ରୟାଗରାଜ, ସହାରନପୁର, ମୁରଦାବାଦ ଓ ଅଯୋଧ୍ୟାରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭାରମ୍ଭ କରିଥିଲେ । ୭୫ ସ୍ମାର୍ଟ ଇଲେକ୍ଟ୍ରିକ୍ ବସକୁ ମଧ୍ୟ ମୋଦୀ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ ।

ଅମୃତ ମିଶନରେ ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ସହରରେ ଜଳ ନିଗମ ଦ୍ୱାରା ନିର୍ମିତ ୪୩୭୩ କୋଟି ଟଙ୍କାର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ତା ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି କେନ୍ଦ୍ରସରକାର ।ଏହି କାଯ୍ୟକ୍ରମରେ ବିଜେପିର ଅନେକ ନେତା ମନ୍ତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ ।

 

Leave A Reply

Your email address will not be published.