Latest Odisha News

BREAKING NEWS

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ ।

ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ ମଙ୍ଗଳବାର ସଂଧ୍ୟାରେ ପହଂଚିଥିଲେ ଆନ୍ଧ୍ରର ନେଲୋର୍ ସହରରେ ।

ବୁଲିବା ପାଇଁ ନୁହେଁ କି କୌଣସି ସାମଗ୍ରୀ ପାଇଁ ନୁହେଁ, ବରଂ ନିଜ ୧୭ ବର୍ଷୀୟ ପୁଅ ମହମ୍ମଦ ନିଜାମୁଦ୍ଦିନକୁ ଆଣିବା ପାଇଁ ସେ ତେଲେଙ୍ଗାନାରୁ ଆନ୍ଧ୍ରରେ ପହଂଚିଥିଲେ । ସାଙ୍ଗ ଘରକୁ ଯାଇଥିବା ରଜିଆଙ୍କ ପୁଅ ଲକ୍‌-ଡାଉନ୍ ଘୋଷଣା ହେବା ପରେ ସେଠି ଫସିରହିଥିଲେ ।

ବୁଧବାର ଦିନ ମା’ଙ୍କ ସହ ନିଜ ଘରକୁ ଫେରିଥିଲେ ନିଜାମୁଦ୍ଦିନ । ପ୍ରାୟ ୧୪୦୦ କିମି ଗାଡି ଚଳାଇଥିବା ରଜିଆ ବେଗମ ସାଥିରେ ନେଇଥିଲେ ମାତ୍ର କେଇଟା ରୁଟି । ଲକ୍‌-ଡାଉନ୍ ନିୟମ ଓ ରାତିରେ ଶୁନଶାନ ରାସ୍ତା ତାଙ୍କୁ ଭୟଭୀତ କରାଇପାରିନଥିଲା ।

ତେବେ କୌଣସି ନିୟମ ଭାଙ୍ଗି ନୁହେଁ ବରଂ ବୋଧନ ଏସିପିଙ୍କଠାରୁ ଅନୁମତି ପତ୍ର ନେଇ ସେ ଘରୁ ବାହାରିଥିଲେ । ରଜିଆଙ୍କ ଏପରି ସାହାସିକତାକୁ ସମଗ୍ର ଦେଶବାସୀ ତାରିଫ କରିଛନ୍ତି ।

Leave A Reply

Your email address will not be published.