Latest Odisha News

ପ୍ରକାଶ ପାଇଲା +୨ କର୍ଟ ଅଫ୍ ମାର୍କ

କଟକ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ।

୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ଆସିଛି। ତେବେ ୪୯ ହଜାର ୬୧୧ ଜଣ  ତାଲିକାରୁ ବାଦ ପଡ଼ିଛନ୍ତି।

କେଉଁଠି କେତେ କଟ୍ ଅଫ୍ ମାର୍କ

– କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ

– ରେଭେନ୍ସା ବିଜ୍ଞାନ ୯୧.୫୦%, ବାଣିଜ୍ୟ ୭୭%, କଳା ୭୫.୧୭%

– ବିଜେବି ବିଜ୍ଞାନ ୮୭%, ବାଣିଜ୍ୟ ୭୦%, କଳା ୭୨.୩୩%

– ବିଜ୍ଞାନରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୨ୟ ସ୍ଥାନରେ

– ଫକୀର ମୋହନ କଲେଜ- ବିଜ୍ଞାନ-୮୪%, କଳା-୭୧.୫୦%

– ରାଉରକେଲା କଲେଜ- ବିଜ୍ଞାନ-୮୦.୬୦%, କଳା-୭୪.୩୩%

– ଗଙ୍ଗାଧର ମେହେର- ବିଜ୍ଞାନ-୮୧.୪୦, କଳା-୭୦, ବାଣିଜ୍ୟ-୬୪.୮୩%

ତେବେ କଳାରେ ୨ ଲକ୍ଷ ୭୧ ହଜାର ୪୯୨ ଜଣ, ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୨୭୩ ଜଣ, ବାଣିଜ୍ୟରେ ୨୪ ହଜାର ୩୫୪ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ, ଧନ୍ଦାମୂଳକ ୪ ହଜାର ୯୭୮ ଜଣ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି।

ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ସେହିପରି ଅଗଷ୍ଟ ୧ ତାରିଖରୁ ଯୁକ୍ତଦୁଇ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରିଥିଲା।

 

Comments are closed.