Latest Odisha News

ଏହି ଦିନ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ।

ସୂଚନା ମୁତାବକ, ୨୦୨୪ ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ । ୨୦୨୫ ଜାନୁଆରୀ ୨ ରୁ ୧୨ ଭିତରେ ପ୍ରାକ୍ଟିକାଲ ପରୀକ୍ଷା ହେବ । ଅନ୍ୟପଟେ ଫେବ୍ରୁଆରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ମେନ ପରୀକ୍ଷା ହେବ ।

ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି ।

ବର୍ତ୍ତମାନ ଫର୍ମ ଫିଲ୍ ଅପ୍ ଚାଲିଛି, ତେଣୁ ଯେଉଁମାନେ କରିନାହାନ୍ତି, ସେମାନେ ଫାଇନ ସହ କରିବେ । ୭୫ ପ୍ରତିଶତ ଉପସ୍ଥାନ ନଥିଲେ, ଆଡମିଟ କାର୍ଡ ମିଳିବନି ବୋଲି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ହିଛନ୍ତି ।

Leave A Reply

Your email address will not be published.