Latest Odisha News

BREAKING NEWS

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଦିନ ୨ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ବିନା ପରୀକ୍ଷାରେ ଚଳିତ ବର୍ଷ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ବାତିଲ କରିଥିଲେ ରାଜ୍ୟ ସରକାର । ପୂର୍ବ ପ୍ରଦର୍ଶନ ଆଧାରରେ ଫଳ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ନିଷ୍ପତ୍ତି ନେଇଥିଲା ଉଚ୍ଚ ଶିକ୍ଷା ବିଭାଗ ।

ଅଫିସିଆଲ ୱେବସାଇଟ www.orissaresults.nic.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ୱେବସାଇଟ ଲଗଇନ କରି ନିଜ ପରୀକ୍ଷା ରେଜଲ୍ଟ ଦେଖିପାରିବେ ।

କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ ଏହାର ଫଳ ପ୍ରକାଶନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳାଫଳ ଜୁଲାଇ ୩୧ ତାରିଖ ପରେ ପ୍ରକାଶ ପାଇବ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ କାଉନସିଲ୍ ପକ୍ଷରୁ ଏକ ପିଟିସନ ଦାୟର ହୋଇଛି ।

Leave A Reply

Your email address will not be published.