Latest Odisha News

BREAKING NEWS

ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଅଫିସର । ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ଘର ସମେତ ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି । ପ୍ରାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ଜଣାପଡିଛି ।

ଭିଜିଲାନ୍ସ ତରଫରୁ ଏଥିପାଇଁ ୩ଟି ଟିମ୍ ନିୟୋଜିତ ହୋଇଥିଲେ । ଯେଉଁଥିରେ ୪ଜଣ ଡିଏସପିଙ୍କ ସହ ୧୩ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ବି ସାମିଲ ହୋଇଛନ୍ତି । ବିରଞ୍ଚିଙ୍କର ଭୁବନେଶ୍ୱର ଏବଂ କଟକରେ ୨ଟି କୋଠା ସହ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ ପ୍ଲଟ୍ ଥିବା ବି ଜଣାପଡିଛି । ଚାକିରି ପାଇଁ ଅର୍ଥ ଆଦାୟ କରି ପିଏସ୍ ମାଲାମାଲ୍ ହୋଇଥିବା ଅନୁମାନ କରାଯାଉଛି ।

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ୨୫ ଲକ୍ଷ ଟଙ୍କା ନଗଦ ସହ ଦେଢ଼ କେଜି ସୁନା ଜବତ । ଘର ରେଡ୍ ବେଳେ ମିଳିଲା ୩ କୋଟି ୭୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି । ପିଏସ୍‌ଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ ଠାବ ହୋଇଛି ।

ଚଢ଼ଉ ପରେ ଏବେ ସୁଦ୍ଧା ଭିଜିଲାନ୍ସ ହାତରେ ଲାଗିଥିବା ନଗଦ ୨୫ ଲକ୍ଷ ଟଙ୍କା ମଧ୍ୟରୁ ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ୧୨ ଲକ୍ଷ ଟଙ୍କା ଏବଂ ତାଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ଏହାସହ ବିରଞ୍ଚଙ୍କ ଘରୁ ସୁନା ଗହଣା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

 

Leave A Reply

Your email address will not be published.