ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି । ଏବେ କେମିତି ହେବ ମୂଲ୍ୟାୟନ ଓ କେବେ ପ୍ରକାଶ ପାଇବ ରେଜଲ୍ଟ ? ଏନେଇ ଆସନ୍ତା ୧୫ ଦିନ ଭିତରେ ଗଠନ କରାଯିବ ବିଶେଷଜ୍ଞ କମିଟି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବରିଷ୍ଠ ଶିକ୍ଷାବିତ୍ ଓ ସିଏଚସିଏସଇ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯିବ ।
କେମିତି ଓ କେଉଁ ଆଧାରରେ ମୂଲ୍ୟାୟନ କରାଯିବ ଏବଂ ରେଜଲ୍ଟ ପ୍ରକାଶ ପାଇବ ସେନେଇ କମିଟି ବିଚାରବିମର୍ଶ କରିବ । ସିବିଏସଇ ପଲିସିକୁ କମିଟି ସଦସ୍ୟ ତର୍ଜମା ବି କରିବେ । ମତାମତ ଆଧାରରେ ସରକାର ନିଷ୍ପତ୍ତି ନେବେ ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେବେ ବାହାରିବ ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ବି ସେହି ସମୟରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀ ଯେଭଳି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
Comments are closed.