Latest Odisha News

BREAKING NEWS

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ । ଯୁକ୍ତ-୨ ଶ୍ରେଣୀରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଦ୍ବିତୀୟ ସୁଯୋଗ ମିଳିବ  । ପ୍ରଥମ ପର୍ଯ୍ୟାୟରେ କିଛି  ସମସ୍ୟା ଯୋଗୁଁ ନାଁ ଲେଖାଇପାରିନଥିବା ଛାତ୍ରଛାତ୍ରୀମାନେ  ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ସେମାନଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ । କେବଳ ନୂତନ ଭାବେ ଆବେଦନ କରୁଥିବା ଛାତ୍ରଛାତ୍ରୀମାନେ ଆବଶ୍ୟକ ଫି ଦାଖଲ କରିବେ ।

ଆସନ୍ତା ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ସିଟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ନାମଲେଖା ଫି ଦାଖଲ କରିବେ  । ଏବଂ  ୨୩ରୁ ୨୬ ତାରିଖ ମଧ୍ୟରେ କଲେଜରେ ରିପୋଟିଂ କରିବେ । ଅକ୍ଟୋବର ୩ ତାରିଖରେ ଓ୍ବେଟିଂ ତାଲିକା ପ୍ରକାଶ ପାଇବ  । ଏବଂ  ୬ ତାରିଖରେ ନାମ ଲେଖାଯିବାର ସୂଚନା ରହିଛି  ।

Leave A Reply

Your email address will not be published.