Latest Odisha News

BREAKING NEWS

ଭୁବନେଶ୍ବର ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ, ଜଣେ ଅଟକ

ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ରେଳଷ୍ଟେସନରୁ ଗୋମାଂସ ପ୍ୟାକେଟ୍ ଜବତ ହୋଇଛି  । ଏସବୁ ଟ୍ରେନରେ ସିକନ୍ଦରାବାଦକୁ ପଠାଯାଉଥିଲା । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ୟାକେଟକୁ ଜବତ କରିଛି  । ସୂଚନା ଅନୁଯାୟୀ  ଭୁବନେଶ୍ବର ରେଳ ଷ୍ଟେସନରେ କିଛି ପ୍ୟାକେଟ ରଖାଯାଇଥିଲା । ଯାହାକୁ ବିଶାଖା ଟ୍ରେନରେ ସିକନ୍ଦରାବାଦ ପଠାଯିବାର ଥିଲା  ।

ଏ ନେଇ ଗୋସେବା ପରିଷଦ ପକ୍ଷରୁ ଜିଆରପି ପୋଲିସକୁ ଖବର ଦିଆଯାଇଥିବା ଯାହା ସୂଚନା ମିଳିଛି । ଏହାପରେ ଜିଆରପି ପୋଲିସ ଓ ଆରପିଏଫ୍ ମିଳିତ ଭାବେ ପ୍ୟାକେଟକୁ ଜବତ କରିଥିଲେ ।  ଏହାପରେ ସେଥିରେ ଗୋମାଂସ ଥିବା ଜଣାପଡିଥିଲା  । ଏଥିସହ ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା ଜାରି ରଖିଛି  । ତେବେ ଏହି ଘଟଣାର ଚେର  କେଉଁ ପର୍ଯ୍ୟନ୍ତ ଲମ୍ବିଛି , ଆଉ କେଉଁ ମାନେ ଏଥିରେ ସାମିଲ ରହିଛନ୍ତି , ସେ ନେଇ ପୋଲିସ ଛାନଭିନ୍ ଜାରି ରଖିଛି  ।

Leave A Reply

Your email address will not be published.