Latest Odisha News

BREAKING NEWS

ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ। ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଖାତା ଦେଖା। ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧୫୧ଟି କେନ୍ଦ୍ରରେ ନିୟୋଜିତ ୮୨୫୮ ଜଣ ଅଧ୍ୟାପକ ଖାତା ଦେଖିଛନ୍ତି। ମୋଟ ୨୫ ଲକ୍ଷ ଖାତା ଦେଖା ହେବ ।

ପ୍ରଥମ ଦିନରେ ଖାତା ଦେଖାରେ ନିୟୋଜିତ ସବୁ ଅଧ୍ୟାପକ ୫ଟି ଲେଖାଏଁ ଖାତା ଦେଖିଛନ୍ତି ବୋଲି ସିଏଚ୍ଏସ୍ଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।ସିଏଚ୍ଏସ୍ଇର ସୂଚନା ଅନୁଯାୟୀ, ମୋଟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।  ଏଥିପାଇଁ ମୋଟ ୧୬ ହଜାର ୪୯୪ଜଣ ଅଧ୍ୟାପକ ନିୟୋଜିତ ହେବେ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଖାତା ଦେଖା ହେବ । ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରେ ଖାତା ଦେଖା ହେବ । ଅନ୍‌ଲାଇନ ଖାତା ଦେଖା ୭୫ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ।

ଏଥିପାଇଁ ୩୫୭୪ଜଣ ଅଧ୍ୟାପକ ନିୟୋଜିତ ହେବେ । ୭୬ଟି କେନ୍ଦ୍ରରେ ଅଫଲାଇନ୍ ଖାତା ଦେଖା ହେବ । ଏଥିରେ ୪୬୮୪ ଜଣ ଶିକ୍ଷକ ନିୟୋଜିତ ହେବ । ଏପ୍ରିଲ୍ ୧୫ରୁ ୨୬ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ । ୭୫ଟି କେନ୍ଦ୍ରରେ ହେବାକୁ ଥିବା ଅଲ୍ଲାଇନ ଖାତା ଦେଖା ପାଇଁ ୪୧୭୮ଜଣ ଅଧ୍ୟାପକ ନିୟୋଜିତ ହେବେ । ୭୬ଟି କେନ୍ଦ୍ରରେ ଅଫ୍‌ଲାଇନ ଖାତା ଦେଖା ପାଇଁ ୪୦୫୮ଜଣ ଅଧ୍ୟାପକ ନିୟୋଜିତ ହେବେ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.