ଭୁବନେଶ୍ୱର: ଗତ ବୁଧବାର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଦିନ ୧୦ ପିଲା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବେ। ତେବେ ତଳିତ ଥର କଳାରେ ୨ଲକ୍ଷ ୧୯ହଜାର ୧୧୦ ପିଲା ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୩,୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଥିବା ସୂଚନା ମିଳିଛି।
ପରୀକ୍ଷା ଦେବା ପାଇଁ ଥିବା ଗାଇଡ୍ ଲାଇନ୍ ଅନୁସାରେ ଛାତ୍ରଛାତ୍ରୀ ସକାଳ ୯ଟା ରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ସାଙ୍ଗରେ କେବଳ ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ନେବାକୁ ଅନୁମତି ରହିଛି। ଏତଦ ବ୍ୟତୀତ ଛାତ୍ରଛାତ୍ରୀ ଅନ୍ୟ କୌଣସି ସାମଗ୍ରୀ ପରୀକ୍ଷା ହଲକୁ ନେଇପାରିବେ ନାହିଁ ବୋଲି ପୂର୍ବରୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଥାଉକି ଗତକାଲି ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ହୋଇଥିଲା। ତେବେ ଏ ନେଇ ସାଇବର ଥାନାରେ ଏତଲା ଦିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ଦାଶ କହିଥିଲେ। ସୋସିଆଲ ମିଡ଼ିଆରେ ଜାଲ୍ ପ୍ରଶ୍ନପତ୍ର ଭାଇରାଲ ହେଉଛି। ଯିଏ ଭାଇରଲ କରିଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଛାତ୍ରଛାତ୍ରୀମାନେ ଭୟଭୀତ ହେବାର ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଥିଲେ।
Comments are closed.