Latest Odisha News

BREAKING NEWS

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍

ଭୁବନେଶ୍ଵର: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍ । ହାଇସ୍କୁଲ୍‌ରେ ମିଶିବ ଯୁକ୍ତ ଦୁଇ କଲେଜ । ୫ଟି ଜିଲ୍ଲାରେ ଯୁକ୍ତ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତରଣ ହେବ । ଏଥିରେ ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ । ଏନେଇ ଅକ୍ଟୋବର ୫ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାରେ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ । କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଥିବା ଡିଗ୍ରୀ କଲେଜ୍ ଗୁଡ଼ିକରୁ ଯୁକ୍ତ ଦୁଇ କଲେଜକୁ ପ୍ରଥମ ପର୍ଯ୍ୟାୟରେ ଅଲଗା କରାଯିବ । ଯୁକ୍ତ ଦୁଇ କଲେଜକୁ ଅଲଗା କରି ନିକଟରେ ଥିବା ହାଇସ୍କୁଲ କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ଅନ୍ୟପଟେ ଏହି ଡିଗ୍ରୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀକୁ ଅସ୍ଥାୟୀ ଭାବେ ପୂରଣ କରାଯିବ । ଏଥିରେ ଅବସର ପ୍ରାପ୍ତ ଅଧ୍ୟାପକ, ଗେଷ୍ଟ ଫାକଲଟି ନିଯୁକ୍ତ କରି ଶିକ୍ଷକ ପଦ ସଂଖ୍ୟା ପୁରଣ ହେବାକୁ ନିଷ୍ପତ୍ତି ହୋଇଛି ।

 

 

Comments are closed.