Latest Odisha News

BREAKING NEWS

ମରାଠା ସଂରକ୍ଷଣ ଦାବି ନେଇ ଜଳୁଛି ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଉଦ୍ଧବ ଠାକରେଙ୍କୁ ଡାକିଲେନି

ମୁମ୍ବାଇ: ମହାରାଷ୍ଟ୍ରରେ ବଢିଲା ମରାଠା ସଂରକ୍ଷଣ ଦାବିକୁ ନେଇ ଆନ୍ଦୋଳନ । ଦାବି ପୂରଣ ପାଇଁ ଲୋକେ ହିଂସାମାର୍ଗକୁ ଓହ୍ଳାଇ ପଡିଛନ୍ତି । ତେବେ ହିଂସା ଅନ୍ୟପ୍ରତି ନୁହେଁ, ନିଜ ପ୍ରତି ହିଂସା ଆଚରଣ କରୁଛନ୍ତି ଲୋକେ । ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଆନ୍ଦୋଳନ କରେ ତିନିଜଣ ଆତ୍ମହତ୍ୟା କରିବା ପରେ ଏବେ ବାର୍ଶି ଅଞ୍ଚଳର ଦେବଗାଓଁରେ ମରାଠା ଆନ୍ଦୋଳନକୁ ନେଇ ପୁଣି ୪ ଜଣ ଲୋକ ଆତ୍ମହତ୍ୟା ଉଦ୍ୟମ କଲେଣି ।

ମରାଠା ସଂପ୍ରଦାୟକୁ ଓବିସି ସଂରକ୍ଷଣ ଦେବା ତଥା ଜାରାଙ୍ଗେଙ୍କୁ ସମର୍ଥନ କରିବା ନେଇ ଆତ୍ମହତ୍ୟା ସଂଖ୍ୟା ବଢିବାରେ ଲାଗିଛି । ଆରମ୍ଭରେ ଜଣେ ରଞ୍ଜିତା ମଞ୍ଜାରେ ନାମକ ଜଣେ ଯୁବକ ବିଷ ଖାଇ ଦେଇଥିଲେ । ତାଙ୍କୁ ସମର୍ଥନ ଜଣାଇ ଦୀପକ ପାଟିଲ, ଯୋଗୋ ମଞ୍ଜରେ, ପ୍ରଶାନ୍ତ ମଞ୍ଜରେ ଡାକ୍ତରଖାନା ପରିସରରେ ବିଷାକ୍ତ ଔଷଧ ଖାଇ ଦେଇଥିଲେ । ସମସ୍ତେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏବେ ହିଂସା ଭୟଙ୍କର ରୂପ ନେଉଛି । ଭଙ୍ଗାରୁଜା, ପୋଡାଜଳା ଆରମ୍ଭ ହୋଇଯାଇଛି । ଆନ୍ଦୋଳନ ବଢୁଥିବାରୁ କିଛି ଅଞ୍ଚଳରେ କର୍ଫ୍ୟୁ ଲଗାଇ ଦିଆଯାଇଛି । ପରିସ୍ଥିତିକୁ ଦେଖି ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ତେବେ ଏହି ବୈଠକକୁ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଡକାଯାଇ ନାହିଁ ।

ଆନ୍ଦୋଳନକାରୀମାନେ ବୁଧବାର ଦକ୍ଷିଣ ମୁମ୍ବାଇରେ ଜଣେ କ୍ୟାବିନେଯ ପାହ୍ୟା ମନ୍ତ୍ରୀ ହସନ ମୁଶାରିଫଙ୍କ ଏସୟୁବିକୁ ଭଙ୍ଗାରୁଜା କରିଛନ୍ତି । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି ନେଇଛି । ସେହିପରି ନଗରପାଳିବା କାର୍ଯ୍ୟାଳୟରେ ମଧ୍ୟ ପୋଡାଜଳା କରିଛନ୍ତି ।

ସୂଚନାଥାଉ କି,  ଗତ ୪ ଦଶନ୍ଦି ଧରି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ନେଇ ଦାବି ହୋଇ ଆସୁଛି । ରାଜ୍ୟ ସରକାର ମରାଠାଙ୍କୁ ୨୦୧୮ରେ ୧୬ପ୍ରତିଶତ ସଂରକ୍ଷଣ ଦେଇଥିଲେ । ଏହାଦ୍ୱାରା ରାଜ୍ୟରେ ମୋଟ ସଂରକ୍ଷଣ ୫୦ପ୍ରତିଶତରୁ ଟପି ଯାଇଥିଲା । ଫଳରେ ୨୦୨୧ରେ ସୁପ୍ରିମକୋର୍ଟ ମରାଠା ସଂରକ୍ଷଣକୁ ରଦ୍ଦ କରିଥିଲେ । ଏହାପରଠାରୁ ଜାତିଗତ ପ୍ରମାଣ ପତ୍ର ସହ ସଂରକ୍ଷଣ ଦାବି ନେଇ ସ୍ୱର ଉଠାଇ ଆସୁଛି ମରାଠା ସଂରକ୍ଷଣ ।

 

Leave A Reply

Your email address will not be published.