Latest Odisha News

BREAKING NEWS

କଟକ ଗୁପଚୁପ୍ ଖାଉଥିଲେ ସାବଧାନ ! ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଗୁପଚୁପ୍ ପ୍ରସ୍ତୁତି

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା  ପର୍ଯ୍ୟନ୍ତ ନକଲି  । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି ପ୍ରଶାସନ ପାଇଁ ବି ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ସିଏମସି ଚଢାଉ କରିଛି । କଟକ ଶଙ୍କରପୁରରେ ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ସିଏମସି ଟିମର ରେଡ । ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ ପ୍ରସ୍ତୁତ ହେଉଥିବା ଅଭିଯୋଗ ପରେ ରେଡ କରିଛି ସିଏସିର ସ୍ୱାସ୍ଥ୍ୟ ବିଭାଗ । ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଖରାପ ପାଣିରେ ଗୁପଚୁପ୍ ତିଆରି ହେଉଥିବା ମଧ୍ୟ ଯାଞ୍ଚ ବେଳେ ଧରାପଡ଼ିଛି । ବହୁ ପରିମାଣର ଗୁପଚୁପକୁ ନଷ୍ଟ କଲା ସିଏସିର ସ୍ୱାସ୍ଥ୍ୟ ବିଭାଗ ।

ଏହା ସହ ବ୍ୟବସାୟୀଙ୍କ ପରିବାରକୁ କଡ଼ା ତାଗିଦ କରାଯାଇଛି । କେବଳ ଏହି ଗୋଟିଏ ସ୍ଥାନରେ ନୁହେଁ ଅଧିକାଂଶ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ତିଆରି ହୋଇଥାଏ । ବିଶେଷକରି ସହରମାନଙ୍କରେ ଥିବା ବସ୍ତି ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁ୍ପଚୁପ୍ ତିଆରି ହୋଇଥାଏ ।  ପ୍ରଶାସନ ପକ୍ଷରୁ ଗୁପଚୁପର ମାନ ଯାଞ୍ଚ ପାଇଁ ସେଭଳି ବିଶେଷ ପଦକ୍ଷେପ ନିଆଯାଇନଥାଏ । ଅନ୍ୟପଟେ ଗୁପଚୁପ୍ ଏକ ଚଟାପଟ ଖାଦ୍ୟ ହୋଇଥିବାରୁ ଏହା ଅନେକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ।

Leave A Reply

Your email address will not be published.