Latest Odisha News

BREAKING NEWS

Plus Two Exam: ଏଥର ଅନ୍‌ଲାଇନ୍‌ରେ ହେବ ଯୁକ୍ତ ଦୁଇ ଖାତା ଦେଖା, AI ଜଗିବ ପରୀକ୍ଷା ପ୍ରଶ୍ନପତ୍ର

ଭୁବନେଶ୍ବର: ଚଳିତ ବର୍ଷ ଅନ୍‌ଲାଇନ୍‌ ହୋଇପାରେ ଯୁକ୍ତ ୨ ପରୀକ୍ଷା ଖାତା ଦେଖା। ଏଥିପାଇଁ କଳା ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଚୂଡାନ୍ତ ପାଇଁ ବଜେଟ ଫାଇନାଲ ହୋଇନାହିଁ। ବଜେଟ ମଞ୍ଜୁର ହେଲେ ସେ ଦିଗରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ସେହିଭଳି ଅନ୍‌ଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କରାଯିବ। ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ। ଟାଇମ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ, ବିଭାଗ ଯୋଜନା କରୁଛି, ପ୍ରସ୍ତାବ ଯାଇଛି । ଆପ୍ରୁଭାଲ ମିଳିଲେ କାର୍ଯ୍ୟକାରୀ ହେବ।

ଗତଥର ବି ସିଏଚ୍ଏସ୍‌ସିରେ AI କ୍ୟାମେରା ଲାଗିଥିଲା। କୌଣସି ପ୍ରଶ୍ନ ପତ୍ର ଲିକ୍ ହୋଇନଥିଲା। ତେଣୁ ଚଳିତ ଥର ଏହି ପଦଦ୍ଧି ଆପଣାଯିବ ବୋଲି ଆଲୋଚନା ହେଉଛି। ଯୁକ୍ତ ୨ ପରୀକ୍ଷା ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଚଳିତ ବର୍ଷ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ କହିଛନ୍ତି।

Comments are closed.