Latest Odisha News

ଆଜି ବାହାରିବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଦିନ ୧୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା । ହେଲେ କୌଣସି କାରଣ ପାଇଁ ବାହାରିପାରିନଥିଲା ।

www.orissaresults.nic.in ୱେବସାଇଟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହୋଇ ୧୧ତାରିଖରେ ସରିଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ୧୩ ହଜାର ୪୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ ।

Leave A Reply

Your email address will not be published.