Latest Odisha News

BREAKING NEWS

ଦିଲ୍ଲୀ ପୋଲିସକୁ ଘାରିଛି ନୂଆବର୍ଷ ପାର୍ଟି ଭୟ, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ୱାଗତ କରିବାକୁ ଚଳଚଞ୍ଚଳ ହୋଇଉଠିଛି ଦେଶର ରାଜଧାନୀ ଦିଲ୍ଲୀ । ୨ ବର୍ଷ ପରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ମିଳିଥିବାରୁ ରାସ୍ତାଘାଟ ଗହଳି ହେବାର ଆଶଙ୍କା ରହିଛି । ତେଣୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗାଡ଼ି ଚାଳକଙ୍କୁ ଅଲ୍କୋମିଟର ସାହାଯ୍ୟରେ ଟେଷ୍ଟ କରାଯିବ ।

୧୮ହଜାରରୁ ବେଶୀ ପୋଲିସ ମୁତୟନ ହୋଇଛନ୍ତି । ଟ୍ରାଫିକ ନିୟମକୁ ଶକ୍ତ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେନାବନୀ ଦିଆଯାଇଛି । ଦିଲ୍ଲୀର ୧୨୫ ସ୍ଥାନକୁ ସମ୍ୱେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଗତବର୍ଷ ନୂଆବର୍ଷ ପୂର୍ବ ରାତିରେ ୬୫୭ ଜଣଙ୍କ ନାଁରେ ଚାଲାଣ କଟାଯାଇଥିଲା । ଏବର୍ଷ ଅଧିକ ହେବା ଆଶଙ୍କାରେ ନିଶା ଉପରେ କଟକଣା ଲଗାଯାଇଛି ।

କନଟ୍ ପ୍ଲେସକୁ ରାତି ୮ଟାରୁ ଯାତାୟତ ବାରଣ କରାଯାଇଛି । ୨୫୦୦ ମହିଳା ପୋଲିସ କର୍ମୀ ନିୟୋଜିତ ହୋଇଥିବା ନେଇ ସୂଚନା ରହିଛି । ୧୬୦୦ରୁ ବେଶୀ ସ୍ଥାନରେ ପିକେଟିଂ ହେବ । ୨୦୭୪ ବାଇକ୍ ଏହି କାମରେ ଲଗାଯାଇଛି । ୩୦୦ରୁ ବେଶୀ ଟିମ୍ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ବୁଲିବେ ।

Leave A Reply

Your email address will not be published.