Latest Odisha News

BREAKING NEWS

କବିତା : ପ୍ରିୟ ବନ୍ଧୁ

ଦୀପକ କୁମାର ନାୟକ

ଧର୍ମଶାଳା ଯାଜପୁର
ହସ ଟିକେ ତୋର
କାହାକୁ ଦେବାର ନାହିଁ
ଲୁହ ଟୋପେ ତୋର
ଗଙ୍ଗାକୂଳକୁ ଯିବାର ନାହିଁ
ବନ୍ଧୁଟିଏ ତୋର
ଚଲା ବାଟେ ହେବି ଫୁଲ l

ଦୁଃଖ ଆସିଲେ ଥିବି ପାଖେ
ସୁଖ ଦେବି
ନେବିନାହିଁ ଭାଗ ତୋ ସୁଖର l

ଆସୁ ଯେତେ ଭିଡ ମୋଡ
ଜୀବନ ଚଲା ପଥେ
ଛାଡ଼ିବିନି କବେ ହାତ l

ପ୍ରିୟ ବନ୍ଧୁ ମୋର
ଏ ଜୀବନ ଓ ଜନ୍ମ ତୋର l

ଧର୍ମଶାଳା ଯାଜପୁର

Leave A Reply

Your email address will not be published.