Latest Odisha News

BREAKING NEWS

ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗୁଛନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ମୋଦୀ ଭାରତୀୟ ନାଗରିକଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବା ସହ “ଭାରତୀୟଙ୍କ ଧାରଣା” ଭଙ୍ଗ କରୁଥିବା ଅଭିଯୋଗ କରିଛନ୍ତି।

କେରଳର ଏକ ଉଦଘାଟନୀ ଉତ୍ସବରେ ରାହୁଲ ଏହା କହିଛନ୍ତି ଯେ ଭାରତ ଏମିତି ଏକ ଅଞ୍ଚଳ, ଯେଉଁଠାରେ ଲୋକେ ସମ୍ପର୍କର ଡୋରୀରେ ବାନ୍ଧି ହୋଇରହିଛନ୍ତି। ଏହା ହିନ୍ଦୁ ଏବଂ ମୁସଲମାନ, ଶିଖ, ତାମିଲ, ହିନ୍ଦୀ, ଉର୍ଦ୍ଦୁ, ବଙ୍ଗାଳୀମାନଙ୍କ ମଧ୍ୟରେ ସମ୍ପର୍କ। ପ୍ରଧାନମନ୍ତ୍ରୀଙ୍କ ସହ ମୋର ଏକମାତ୍ର ସମସ୍ୟା ହେଉଛି ସେ ଏହି ସମ୍ପର୍କ ଭାଙ୍ଗୁଛନ୍ତି, ବୋଲି ଗାନ୍ଧୀ କହିଛନ୍ତି।

“ଯଦି ସେ ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗୁଛନ୍ତି, ତେବେ ସେ ଭାରତର ଧାରଣା ଭଙ୍ଗ କରୁଛନ୍ତି। ସେଥିପାଇଁ ମୁଁ ତାଙ୍କୁ ବିରୋଧ କରୁଛି ବୋଲି ସେ କହିଛନ୍ତି।

Comments are closed.