Latest Odisha News

BREAKING NEWS

ଶୁକ୍ରବାର ଚୀନ ମାମଲାରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ଗତକାଲି ୨୦ ଜଣ ଯବାନ ସହିଦ ହୋଇଥିବା ଘଟଣା ନେଇ ଆଲୋଚନା ହେବ । ଶୁକ୍ରବାର ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେବେ ।

ସୋମବାର ରାତିରେ ପୂର୍ବ ଲଦାଖର ଭାରତର ସୀମା ଗଲୱାନ ଘାଟିରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଛନ୍ତି । ଚୀନ ସେନାର ୪୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନେକ ଆହତ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.