Latest Odisha News

BREAKING NEWS

ବନ୍ଦ ହେବ ରସୁଲଗଡ-ବାଣୀବିହାର ରାସ୍ତା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ଦ ହେବ ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓ ରସୁଲଗଡକୁ ସଂଯୋଗ କରୁଥିବା ରାସ୍ତା । ସହିଦ ନଗର ରେଳ ଓଭରବ୍ରିଜ୍‌ର ସମ୍ପ୍ରସାରଣ ହେବ । ତେଣୁ ଜାତୀୟ ରାଜପଥ ୧୬ର ଏହି ରାସ୍ତା ବଦଳରେ ବିକଳ୍ପ ରାସ୍ତା ଦେଇ ଯାତାୟତ ପାଇଁ କମିଶନରେଟ୍ ପୋଲିସ ଚିଠି ଲେଖିଛି ।

ରେଳ ବିକାଶ ନିଗମ ଲିମିଟେଡ୍ ପକ୍ଷରୁ ଏହି ସମ୍ପ୍ରସାରଣ କାମ କରାଯିବ । ଆରଭିଏନଏଲକୁ ଚିଠି ଲେଖି କମିଶନରେଟ୍ ପୋଲିସ ଜଣାଇ ଦେଇଛି ଯେ, ମଂଚେଶ୍ୱର ଶିଳ୍ପାଂଚଳ ଓ ଭିଏସଏସ ନଗର ଦେଇ ଭାରିଯାନ ଚଳାଚଳ କରିପାରିବ ନାହିଁ । ଏନେଇ ପୂର୍ବରୁ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇସାରିଛି । କୋଲକାତାକୁ ଯାଉଥିବା ଜାତୀୟ ରାଜପଥର ଭିଡ କମାଇବା ପାଇଁ ପିତାପଲୀ ରାସ୍ତା ଭାୟା ବାରଙ୍ଗ, ତ୍ରିଶୁଳିଆ ଏବଂ ବାରଙ୍ଗ ଦେଇ ଯିବାକୁ ପ୍ରସ୍ତାବ ଦିଆଯାଇଛି ।

Leave A Reply

Your email address will not be published.