Latest Odisha News

BREAKING NEWS

କରୋନା ମୁକାବିଲା: ପିଏମ୍ କେୟାର ଫଣ୍ଡକୁ କିଏ କେତେ ଦାନ କଲେ, ଜାଣନ୍ତୁ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଶନିବାର ଦିନ ଜରୁରୀକାଳୀନ ପରିସ୍ଥିତି ପାଣ୍ଠିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ୍ ଘୋଷଣା କରିବା ପରେ କରୋନା ମୁକାବିଲା ଲାଗି ଆମ ଦେଶର ଜଣାଶୁଣା ବ୍ୟକ୍ତିବିଶେଷ ମଧ୍ୟ ପିଏମ୍ କେୟାର ଫଣ୍ଡକୁ ଅର୍ଥରାଶି ଦାନ କରିଛନ୍ତି ।

ତାଙ୍କ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ ମଧ୍ୟ କରିଥିଲେ ।

ଜାଣନ୍ତୁ, ପିଏମ୍ କେୟାର ଫଣ୍ଡକୁ କିଏ କେତେ ଟଙ୍କା ସହାୟତା ପ୍ରଦାନ କରିଛନ୍ତି…

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କର ଏକ ମାସର ଦରମା ଦାନ କରିବାକୁ କହିଛନ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୫୦୦ କୋଟି ଟଙ୍କା ଦାନ ଲାଗି ଘୋଷଣା କରିଛି

ଆଦାନୀ ଫାଉଣ୍ଡେସନ୍ ପକ୍ଷରୁ ୧୦୦ କୋଟି ସହାୟତା ପ୍ରଦାନ

ଜିନ୍ଦଲ ଗ୍ରୁପ୍ ୧୦୦ କୋଟି ଟଙ୍କା ଦାନ କରିଛି

ଭାରତୀୟ ରେଳବାଇ ପକ୍ଷରୁ ୧୫୧ କୋଟି ଟଙ୍କା ଦାନ କରାଯାଇଛି

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଉଦୟ କୋଟାକ୍ ବ୍ୟକ୍ତିଗତ ଭାବରେ ପ୍ରତ୍ୟେକଙ୍କୁ ୨୫ କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ

ବଲିଉଡ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି

ସେଲୋ ଗ୍ରୁପର ପ୍ରଦୀପ ଏବଂ ପଙ୍କଜ ରାଥୋଡଙ୍କ ପକ୍ଷରୁ ୩.୫ କୋଟି ଟଙ୍କା ସହଯୋଗ କରାଯାଇଛି ।

ଏହି ସହାୟତା ପ୍ରଦାନ ଆଗକୁ ଆହୁରି ବଢିପାରେ ବୋଲି ଜଣାପଡିଛି ।

Comments are closed.