Latest Odisha News

BREAKING NEWS

ଏସିଆ ମହାଦେଶର ସବୁଠୁ ବଡ଼ ହେଲିକପ୍ଟର କାରଖାନା ଉଦଘାଟିତ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ତୁମକୁରୁରେ ହାଲ ହେଲିକପ୍ଟର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ସୁବିଧା ଏବଂ ହ୍ୟାଙ୍ଗରକୁ ଯିବା ସହିତ ହାଲୁକା ହେଲିକପ୍ଟରକୁ ଉନ୍ମୋଚନ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଶହ ଶହ କୋଟି ମୂଲ୍ୟର ଅନେକ ପ୍ରକଳ୍ପ, ଯୁବକମାନଙ୍କୁ ରୋଜଗାରର ସୁଯୋଗ, ଗ୍ରାମୀଣ ସମ୍ପ୍ରଦାୟ ଏବଂ ମହିଳାମାନଙ୍କ ଜୀବନର ସହଜତା, ସଶସ୍ତ୍ର ବାହିନୀକୁ ମଜବୁତ ଏବଂ ମେଡ୍ ଇନ୍ ଇଣ୍ଡିଆର ସଂକଳ୍ପକୁ ଉତ୍ସର୍ଗ କରାଯାଉଛି କିମ୍ବା ଭିତ୍ତି ପ୍ରସ୍ତର ସ୍ଥାପନ ହେଉଛି ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଯୁବକଙ୍କ ପ୍ରତିଭା ଏବଂ ଅଭିନବତାକୁ ପ୍ରଶଂସା କରି କହିଛନ୍ତି ଯେ ଡ୍ରୋନ୍ ଠାରୁ ତେଜସ୍ ଯୁଦ୍ଧ ବିମାନ ପର୍ଯ୍ୟନ୍ତ ଉତ୍ପାଦନରେ ଉତ୍ପାଦନ କ୍ଷେତ୍ରର ଶକ୍ତି ଦେଖାଯାଏ । ଡବଲ୍‌-ଇଞ୍ଜିନ୍ ସରକାର କର୍ଣ୍ଣାଟକକୁ ନିବେଶକଙ୍କ ପ୍ରଥମ ପସନ୍ଦ ଭାବେ ଗଢି ତୋଳିଛନ୍ତି । ଆଜି ଉତ୍ସର୍ଗୀକୃତ ହାଲ୍‍ ପ୍ରକଳ୍ପ ଦ୍ୱାରା ଦେଶର ପ୍ରତିରକ୍ଷା ଆବଶ୍ୟକତା କ୍ଷେତ୍ରରେ ବୈଦେଶିକ ର୍ନିଭରଶୀଳତା ହ୍ରାସ କରିବାର ଦୃଢତା ପ୍ରକାଶ ସହିତ ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ୨୦୧୬ ରେ ଏହି କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଭାରତରେ ଶହ ଶହ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରାଯାଉଛି ଯାହା ଆଜି ସଶସ୍ତ୍ର ବାହିନୀ ଦ୍ୱାରା ବ୍ୟବହୃତ ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉନ୍ନତ ରାଇଫଲ ଠାରୁ ଆରମ୍ଭ କରି ଟ୍ୟାଙ୍କ, ବିମାନ ବାହୀ ଜାହାଜ, ହେଲିକପ୍ଟର, ଯୁଦ୍ଧ ବିମାନ, ପରିବହନ ବିମାନ, ଆଦିକୁ ଭାରତ ଉତ୍ପାଦନ କରୁଛି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ର କେବଳ ଆମର ସଶସ୍ତ୍ର ବାହିନୀକୁ ଯୋଗାଇ ଦିଆଯାଉ ନାହିଁ ବରଂ ୨୦୧୪ ର ପୂର୍ବ ବର୍ଷ ତୁଳନାରେ ପ୍ରତିରକ୍ଷା ରପ୍ତାନି ମଧ୍ୟ ବହୁଗୁଣିତ ହୋଇଛି । ସେ କହିଛନ୍ତି ଯେ ଏହି ସୁବିଧାରେ ଶହ ଶହ ହେଲିକପ୍ଟର ଉତ୍ପାଦନ ହେବାକୁ ଯାଉଛି ନିକଟ ଭବିଷ୍ୟତରେ ଯାହା ୪ ଲକ୍ଷ କୋଟି ମୂଲ୍ୟର ବ୍ୟବସାୟକୁ ବୃଦ୍ଧି କରିବ । ଯେତେବେଳେ ଏହିପରି ଉତ୍ପାଦନ ୟୁନିଟ୍ ଗଠନ ହୁଏ, ଏହା କେବଳ ସଶସ୍ତ୍ର ବାହିନୀକୁ ମଜବୁତ କରେ ନାହିଁ ବରଂ ରୋଜଗାର ଏବଂ ଆତ୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରେ ବୋଲି ଦର୍ଶାଇ ମୋଦୀ କହିଛନ୍ତି ଯେ ତୁମକୁରୁରେ ହେଲିକପ୍ଟର ଉତ୍ପାଦନ ସୁବିଧା ନିକଟରେ ଥିବା ଛୋଟ ଛୋଟ ବ୍ୟବସାୟକୁ ସଶକ୍ତ କରିବ।

ପ୍ରଧାନମନ୍ତ୍ରୀ ହାଲ୍‍ ନାମରେ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ନିକଟରେ ହୋଇଥିବା ପ୍ରଚାର ବିଷୟରେ କହିଥିଲେ ଏବଂ କହିଥିଲେ ଯେ ମିଥ୍ୟା ଯେତେ ବଡ଼ ହେଉ କିମ୍ବା ବାରମ୍ବାର କୁହା ଯାଉନା କାହିଁକି ସବୁବେଳେ ସତ୍ୟର ବିଜୟ ହୁଏ । ଏହି କାରଖାନା ଏବଂ ହାଲ୍‍ ର ବୃଦ୍ଧି ପାଉଥିବା ଶକ୍ତି ମିଥ୍ୟା ପ୍ରଚାରକଙ୍କ ମୁଖା ଖୋଲି ଦେଇଛି । ବାସ୍ତବତା ନିଜ ପାଇଁ କହୁଛି; ସେ କହିଛନ୍ତି ଏବଂ ଯୋଗ କରିଛନ୍ତି ଯେ ଆଜି ସମାନ ହାଲ୍‍ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଆଧୁନିକ ତେଜସ ତିଆରି କରୁଛି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ବିଶ୍ୱସ୍ତରରେ ଆକର୍ଷଣର କେନ୍ଦ୍ର ପାଲଟିଛି ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଆଡକୁ ଆଉ ଏକ ପଦକ୍ଷେପ ଭାବେ ତୁମକୁରୁରେ ଥିବା ହାଲ ହେଲିକପ୍ଟର କାରଖାନା ଦେଶ ପାଇଁ ଉତ୍ସର୍ଗୀକୃତ ହୋଇଛି । ୨୦୧୬ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଏହା ଏକ ଉତ୍ସର୍ଗୀକୃତ ନୂତନ ହେଲିକପ୍ଟର କାରଖାନା ଯାହା ହେଲିକପ୍ଟର ର୍ନିମାଣ ପାଇଁ କ୍ଷମତା ଏବଂ ଇକୋସିଷ୍ଟମ୍ ବୃଦ୍ଧି କରିବ । ଏହା ଏସିଆର ସର୍ବବୃହତ ହେଲିକପ୍ଟର ଉତ୍ପାଦନ ସୁବିଧା ଏବଂ ପ୍ରାରମ୍ଭରେ ଲାଇଟ୍‍ ୟୁଟିଲିଟି ହେଲିକପ୍ଟର (ଏଲୟୁଏଚ୍‍) ଉତ୍ପାଦନ କରିବ । ଏଲୟୁଏଚ୍‍ ହେଉଛି ଏକ ସ୍ୱଦେଶୀ ଭାବରେ ପରିକଳ୍ପିତ ଏବଂ ବିକଶିତ ୩-ଟନ୍ ଶ୍ରେଣୀର, ଏକକ-ଇଞ୍ଜିନ୍ ବିଶିଷ୍ଟ ବହୁମୁଖୀ ହେଲିକପ୍ଟର ଯାହା ଉଚ୍ଚ ମନିଭେରାବିଲିଟିର ଅନନ୍ୟ ବୈଶିଷ୍ଟ୍ୟ ସହିତ ନିର୍ମିତ ହୋଇଛି । ଭବିଷ୍ୟତରେ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍‍) ଏବଂ ଇଣ୍ଡିଆନ୍ ମଲ୍ଟିରୋଲ୍ ହେଲିକପ୍ଟର (ଆଇଏମଆରଏଚ୍‍) ଭଳି ଅନ୍ୟ ହେଲିକପ୍ଟର ଉତ୍ପାଦନ ପାଇଁ କାରଖାନା ସମ୍ପ୍ରସାରିତ ହେବ ଏବଂ ଭବିଷ୍ୟତରେ ଏଲସିଏଚ, ଏଲୟୁଏଚ୍‍, ସିଭିଲ୍ ଏଏଲଚ୍‍ ଏବଂ ଆଇଏମଆରଏଚ୍‍ ର ମରାମତି ପାଇଁ ସମ୍ପ୍ରସାରଣ କରାଯିବ । ଭବିଷ୍ୟତରେ ସିଭିଲ୍ ଏଲୟୁଏଚ୍‍ ରପ୍ତାନି ପାଇଁ କାରଖାନାର ମଧ୍ୟ ସମ୍ଭାବନା ଅଛି । ଏହି ସୁବିଧା ଭାରତକୁ ହେଲିକପ୍ଟରର ସମ୍ପୂର୍ଣ୍ଣ ଆବଶ୍ୟକତା ପୂରଣ କରିବାରେ ସକ୍ଷମ କରିବ ଏବଂ ଭାରତରେ ହେଲିକପ୍ଟର ଡିଜାଇନ୍‌, ବିକାଶ ଏବଂ ଉତ୍ପାଦନରେ ଆତ୍ମର୍ନିଭରଶୀଳତାର ଲକ୍ଷ୍ୟ ହାସଲ କରିବ । କାରଖାନାରେ ଇଣ୍ଡଷ୍ଟ୍ରି ୪.୦ ମାନଦଣ୍ଡର ଏକ ଉତ୍ପାଦନ ସେଟଅପ୍ ରହିବ । ପରବର୍ତ୍ତୀ ୨୦ ବର୍ଷ ମଧ୍ୟରେ, ତୁମକୁରୁ ୩-୧୫ ଟନ୍ ଶ୍ରେଣୀରେ ୧୦୦୦ ରୁ ଅଧିକ ହେଲିକପ୍ଟର ଉତ୍ପାଦନ କରିବାକୁ ହାଲ୍‍ ଯୋଜନା କରୁଛି । ଏହାଦ୍ୱାରା ଏହି ଅଞ୍ଚଳର ପ୍ରାୟ ୬୦୦୦ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ।

 

Leave A Reply

Your email address will not be published.