Latest Odisha News

BREAKING NEWS

ପିଏଫରୁ ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ) ସହ ଜଡିତ ନିୟମକୁ ପରିବର୍ତ୍ତନ କରିଛନ୍ତି। ଯଦି ଇପିଏଫ୍ ଗ୍ରାହକ ପାଞ୍ଚ ବର୍ଷ ହେବ ଖାତା ଖୋଲିନାହାନ୍ତି କିନ୍ତୁ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବର୍ତ୍ତମାନ ଟିକସ ଦେବାକୁ ପଡିବ। ଅର୍ଥାତ ପାଞ୍ଚ ବର୍ଷ ପରେ ଟଙ୍କା ଉଠାଇଲେ ହେଲେ ଟିଡିଏସ କଟାଯିବ ନାହିଁ। ପାଞ୍ଚ ବର୍ଷ ପୂର୍ବରୁ ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇଲେ ସମସ୍ତ ରାଶି ଉପରେ ଟିଡିଏସ କଟାଯିବ। କେବଳ ଏତିକି ନୁହେଁ, ଗୋଟିଏ ବର୍ଷରେ 2.50 ଲକ୍ଷରୁ ଅଧିକ ଟଙ୍କାର ପିଏଫ୍ ଯୋଗଦାନ ଉପରେ ଟ୍ୟାକ୍ସ ଲାଗିବ।

ବଜେଟରେ ଟିଡିଏସ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଯଦି ଆପଣ ଚଳିତବର୍ଷ ଏପ୍ରିଲ୍ ୧ ପରେ ଆପଣଙ୍କର ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବେ ତେବେ ଆପଣଙ୍କୁ ୩୦% ପରିବର୍ତ୍ତେ ୨୦% ରେ ଟିଡିଏସ ଦେବାକୁ ପଡିବ। ସେହିପରି ଆପଣଙ୍କର ଆକାଉଣ୍ଟ୍ ପାନ୍ କାର୍ଡ ସହିତ ଲିଙ୍କ୍ ହୋଇନି ତେବେ ଚଳିତବର୍ଷ ଏପ୍ରିଲ ୧ ପୂର୍ବରୁ ଇପିଏଫରୁ ଟଙ୍କା ଉଠାଇଲେ ପୂର୍ବ ପରି ଟିଡିଏସ ଦେବାକୁ ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ସୂଚନା ଦେଇଛନ୍ତି ଯେ ଯଦି ଗ୍ରାହକ ୫ ବର୍ଷ ମଧ୍ୟରେ ଟଙ୍କା ଉଠାନ୍ତି ତେବେ ତାଙ୍କୁ ଟିଡିଏସ ଦେବାକୁ ପଡିବ। ଏଥି ସହିତ ୫ ବର୍ଷ ପରେ ଟଙ୍କା ଉଠାଇଲେ କୌଣସି ଟିଡିଏସ୍ ଦେବାକୁ ପଡ଼ିବ ନାହିଁ। ଟିଡିଏସ ପାଇଁ ୧୦ ହଜାର ଟଙ୍କା ଯାଏ ଯେଉଁ ସୀମା ଥିଲା ତାହା ହଟାଇ ଦିଆଯାଇଛି।

ଲାଇଭ ମିଣ୍ଟର ରିପୋର୍ଟ ଅନୁଯାୟୀ, ଟ୍ୟାକ୍ସ ବିଶେଷଜ୍ଞ ବଲୱନ୍ତ ଜୈନ କହିଛନ୍ତି ଯେ ଯଦି ପାନ ଆଧାର ସହିତ ସଂଯୁକ୍ତ ହୋଇନି ତେବେ ପିଏଫ କିମ୍ବା ଇପିଏଫ ଆକାଉଣ୍ଟ ଖୋଲିବାର ପାଞ୍ଚ ବର୍ଷ ପୂର୍ବରୁ ଯଦି ଟଙ୍କା ଉଠାଯାଏ ତେବେ ପିଏଫ ଟଙ୍କା ଉଠାଇବା ଉପରେ ଟିକସ ଦେବାକୁ ହେବ। ଯଦି ପିଏଫ ଆକାଉଣ୍ଟ ଆକାଉଣ୍ଟଧାରୀଙ୍କ ପାନ୍ କାର୍ଡ ସହିତ ସଂଯୁକ୍ତ, ତେବେ ଟଙ୍କା ଉଠାଇଲେ କୌଣସି ଟଙ୍କା ଉପରେ ଟିଡିଏସ ଦେବାକୁ ପଡ଼ିବ ନାହିଁ। ଏବେର ଟିଡିଏସ ହାର ୩୦ ପ୍ରତିଶତ ରହିଛି ଯାହା ଚଳିତବର୍ଷ ଏପ୍ରିଲ ୧ରୁ ୨୦ ପ୍ରତିଶତକୁ ହ୍ରାସ ପାଇବ।

 

 

Leave A Reply

Your email address will not be published.