ଶ୍ରୀନଗର: ଏବେ ସୋନମାର୍ଗରୁ ଗୁଲମର୍ଗ ଯାତ୍ରା ହେବ ଆହୁରି ସହଜ । ସୋମବାର କଶ୍ମୀରରେ ଜେଡ୍ ମୋଡ୍ ଟନେଲର ଲୋକାପର୍ଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟନେଲ୍ ୨୭ ଶହ କୋଟି ଟଙ୍କାରେ ନିର୍ମାଣ ହୋଇଛି ।
ତେବେ କଶ୍ମୀର ଭ୍ରମଣରେ ଯାଉଥିବା ପର୍ଯ୍ୟଟକ ମାନେ ଅନେକ ସମୟରେ ପାହାଡ଼ିଆ ରାସ୍ତାରେ ବରଫ ବର୍ଷା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଘଣ୍ଟା ଘଣ୍ଟା ଧରି ବରଫ ଭିତରେ ଗାଡି ସହ ଫଶି ରହିଥାନ୍ତି । ହେଲେ ଟନେଲ୍ ହେବା ଦ୍ୱାରା ସେସବୁ ଅସୁବିଧାର ଅନ୍ତ ଘଟିଛି । ଏଥିସହ ପର୍ଯ୍ୟଟନ ଓ ବ୍ୟବସାୟକୁ ମଧ୍ୟ ଦ୍ରୁତ ଗତିରେ ବଢ଼ାଇବାକୁ ଏହି ଟନେଲ ସହାୟକ ହେବ ।
ଏବେ ପ୍ରତି ଘଣ୍ଟାରେ ୧୦ ହଜାର ଗାଡ଼ି ଏହି ଟନେଲ ଦେଇ ଯିବେ । ମାତ୍ର ୧୫ ମିନିଟରେ ସାଢ଼େ ୭ କିଲୋମିଟର ରାସ୍ତା ସହଜରେ ଅତିକ୍ରମ କରିହେବ । ଏହା ସମୁଦ୍ର ପତ୍ତନରୁ ୮ ହଜାର ୬୫୦ ଫୁଟ୍ ଉଚ୍ଚରେ ରହିଛି ।
#WATCH | Jammu & Kashmir: Prime Minister Narendra Modi inaugurates the Z-Morh tunnel in Sonamarg today.
CM Omar Abdullah and LG Manoj Sinha, Union Minister Nitin Gadkari are also present.
(Source: DD/ANI)#KashmirOnTheRise pic.twitter.com/GF7rwZaVn1
— ANI (@ANI) January 13, 2025